ଡେଭିଡ୍‌ ଧଓ୍ଵନଙ୍କ ସହ ୧୭ଟି ଫିଲ୍ମ କରିବା ପରେ ଏହି କାରଣରୁ ତାଙ୍କ ସହ ଫିଲ୍ମ କରିବା ବନ୍ଦ କରି ଦେଇଥିଲେ ଗୋବିନ୍ଦା

ମୁମ୍ବାଇ : ବଲିଉଡ୍‌ ଅଭିନେତା ଗୋବିନ୍ଦା ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନଙ୍କ ସହ ୧୭ଟି ଫିଲ୍ମ କରିଥିବା ବେଳେ ପ୍ରାୟ ସବୁ ଫିଲ୍ମ ହିଟ୍‌ ହୋଇଥିଲା । କିନ୍ତୁ କିଛି ବର୍ଷ ପରେ ଦୁହେଁ ପରସ୍ପର ସହ ଫିଲ୍ମ କରିବା ବନ୍ଦ କରି ଦେଇଥିଲେ । ଯାହାର କାରଣ ଏବେ ଏକ ରିୟାଲିଟି ସୋ’କୁ ଯାଇ ଜଣାଇଛନ୍ତି ଗୋବିନ୍ଦା ।

ତାଙ୍କ କହିବା ଅନୁଯାୟୀ, ମୁଁ ଡେଭିଡ୍‌ଙ୍କ ସହ ୧୭ଟି ଫିଲ୍ମ କରିଛି । ଯାହା ତାଙ୍କ ପୁଅ ବରୁଣ ମଧ୍ୟ କରି ପାରିବ ନାହିଁ । ମୋର ଭାଇ ମଧ୍ୟ ଜଣେ ନିର୍ଦ୍ଦେଶକ । କିନ୍ତୁ ମୁଁ ତାଙ୍କ ଫିଲ୍ମ କମ ଡେଭିଡ୍‌ଙ୍କ ସହ ଅଧିକ ଫିଲ୍ମ କରିଥିଲି । ସଞ୍ଜୟ ଦତ୍ତ କହିବା ପରେ ମୁଁ ଡେଭିଡ୍‌ଙ୍କୁ ପ୍ରଥମେ କାମ ଦେଇଥିଲି । ତାଙ୍କ ସହ କାମ କରିବା ସହ ମୁଁ ତାଙ୍କୁ ସମ୍ମାନ ମଧ୍ୟ ଦେଉଥିଲି । ୧୭ଟି ଫିଲ୍ମ ପରେ ମୁଁ ଡେଭିଡ୍‌ଙ୍କୁ ଫିଲ୍ମ ଚଷ୍‌ମେ ବଦୁର କରିବାର ଆଇଡିଆ ଦେଇଥିଲି । କିନ୍ତୁ ସେ ମୋ ବଦଳରେ ଋଷି କପୁରଙ୍କୁ ମୁଖ୍ୟ ଭୂମିକାରେ ନେଇଥିଲେ । ତାଙ୍କର ଏଭଳି ବ୍ୟବହାରରେ ମୁଁ ଦୁଃଖୀ ହୋଇ ମୋର ସେକ୍ରେଟାରି ଦ୍ୱାରା ଡେଭିଡ୍‌ଙ୍କୁ ଫୋନ କରିଥିଲି ।

Varun, David and Govinda
amarujala.com

ଫୋନ ଉଠାଇ, ମୁଁ ଗୋବିନ୍ଦାଙ୍କ ସହ ଆଉ କାମ କରିବାକୁ ଚାହୁଁ ନାହିଁ । ତାଙ୍କୁ କହିଦେବ କି ସେ ଛୋଟ ଚରିତ୍ର କିଛି କରିବାକୁ ଚେଷ୍ଟା କରନ୍ତୁ ବୋଲି କହିଥିଲେ ଡେଭିଡ୍‌ । ଏହା ଶୁଣି ମୁଁ ତାଙ୍କ ସହ ଆଗକୁ ଫିଲ୍ମ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି ।

ସମ୍ବନ୍ଧିତ ଖବର