ଗୋବିନ୍ଦାଙ୍କ ଖୁଲାସା : ମୁଁ ‘ଅବତାର’ ଫିଲ୍ମ କରିଥିଲେ ନିର୍ଦ୍ଦେଶକ-ପ୍ରଯୋଜକ ରାସ୍ତାକୁ ଚାଲି ଆସିଥାନ୍ତେ

ମୁମ୍ବାଇ : କିଛି ଦିନ ତଳେ ଗୋବିନ୍ଦାଙ୍କ ମାନସିକ ଅବସ୍ଥା ଠିକ ନ  ଥିବା ନେଇ ଚର୍ଚ୍ଚା ହୋଇଥିଲା । ଏବେ ଏଭଳି ଚର୍ଚ୍ଚା ମଧ୍ୟରେ ବଲିଉଡ୍‌ ଅଭିନେତା ଗୋବିନ୍ଦା ରିୟାଲିଟି ସୋ’ ନଚ୍‌ ବଲିଏରେ ନଜର ଆସିଥିଲେ । ସୋ’କୁ ଆସି ସେ ସୋ’ର ଜଜ୍‌ ରବିନା ଟଣ୍ଡନଙ୍କ ସହ ନିଜ ଫିଲ୍ମର ‘ଗୀତ କିସି ଡିସ୍କୋ ମେଁ ଯାଏଁ’ରେ ନାଚିଥିବା ଦେଖା ଯାଇଥିଲା । ଏହା ପରେ ରବିନାଙ୍କ ସହ ତାଙ୍କର କୌଣସି ଫିଲ୍ମ ଅସଫଳ ହୋଇ ନ ଥିଲା ବୋଲି କହିଥିଲେ ଗୋବିନ୍ଦା । ତେବେ କିଛି ଦିନ ହେଲାଣି ବଲିଉଡ୍  ଫିଲ୍ମ ‘ଅବତାର’କୁ ନେଇ ଗୋବିନ୍ଦା ବିବାଦରେ ଥିବା ବେଳେ ସୋ’କୁ ଯାଇ ସେ ସ୍ପଷ୍ଟ ଭାବରେ ପୂରା ଘଟଣା ଜଣାଇଥିଲେ ।

अवतार पर गोविंदा का नया खुलासा- सड़क पर आ जाते प्रोड्यूसर्स
aajtak.intoday.in

ତାଙ୍କ କହିବା ଅନୁଯାୟୀ, “ସତ କଥା ହେଲା ୪୦୦ଦିନ ପର୍ଯ୍ୟନ୍ତ ନିଜ ଶରୀରରେ ରଙ୍ଗ ଲଗାଇ ସୁଟିଂ କରିବା ସହଜ ନୁହେଁ । ଫିଲ୍ମର କଳାକାର ଏ ନେଇ ରୋଗଗ୍ରସ୍ତ ହେଉଥିବାରୁ ସୁଟିଂକୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ରୋକା ଯାଇଥିଲା । ଦେଖିବାକୁ ଗଲେ ମୋର ସେ ଫିଲ୍ମ ନ କରିବାର ନିଷ୍ପତ୍ତି କିଛି ଭୁଲ ନଥିଲା । କାରଣ ସେ ସମୟରେ ମୁଁ ଅନେକ ଫିଲ୍ମ ହାତକୁ ନେଇଥିଲି । ଯଦି ମୁଁ ସେ ସବୁକୁ ଅଧାରୁ ଛାଡ଼ି ଚାଲି ଯାଇଥାନ୍ତି, ତେବେ ମୋ ଉପରେ ଟଙ୍କା ଲଗାଇଥିବା ନିର୍ଦ୍ଦେଶକ-ପ୍ରଯୋଜକ ରାସ୍ତାକୁ ଚାଲିଆସିଥାନ୍ତେ” ବୋଲି କହିଥିଲେ ଗୋବିନ୍ଦା ।

ସମ୍ବନ୍ଧିତ ଖବର