‘ଗଲିବୟ’ ସୁଟିଂ ଶେଷ ହେବାପରେ ରଣବୀର ଓ କାଲ୍‌କି ନେଉଛନ୍ତି ଏହି ଟ୍ରେନିଂ!

ନିକଟରେଜୋୟା ଅଖତର୍‌ଙ୍କ ଲାଟେଷ୍ଟ୍‍ ଫିଲ୍ମ‘ଗଲି ବୟ’ର ସୁଟିଂ ଶେଷ ହୋଇଯାଇଛି। ଏହି ଫିଲ୍ମର ସୁଟିଂ ଶେଷ ହେବାପରେ ‘ଗଲିବୟ’ର ହିରୋ ରଣବୀର ସିଂହ ଓ ସେକେଣ୍ଡ୍‌ ଫିମେଲ୍‌ ଲିଡ଼୍‍ କାଲ୍‌କି କୋଚିଲିନ୍‌ ଏବେ ଏକ ଭିନ୍ନ କାମରେ ଲାଗି ଯାଇଛନ୍ତି। ରଣବୀର ଓ କାଲ୍‌କିଙ୍କ କଣ୍ଠରେ ଏକ ରାପ୍‌ ଗୀତ ରେକର୍ଡ଼ କରାଯିବାର ଯୋଜନା ହୋଇଛି।
ଏଥିପାଇଁ ଉଭୟ ରଣବୀର ସିଂହ ଓ କାଲ୍‌କି କୋଚିଲିନ୍‌ ଦିନ ରାତି ଗୀତର ପ୍ରାକ୍ଟିସ୍‌ କରୁଛନ୍ତି। ଏହି ଫିଲ୍ମର ସଙ୍ଗୀତକାର ଆନନ୍ଦ ତିଓ୍ଵାରୀ ଏ ଦୁଇ କଳାକାରଙ୍କୁ ଗୀତ ପାଇଁ ଟ୍ରେନିଂ ଦେଉଛନ୍ତି ଓ ମ୍ୟୁଜିକ୍‌ ରିହର୍ସାଲ୍‌ ବି କରାଉଥିବାର ଖବର ମିଳିଛି।
‘ଗଲି ବୟ’ରେ କାଲ୍‌କି କୋଚିଲିନ୍‌ ଜଣେ ଭିଡ଼ିଓ ପ୍ରଡ଼୍ୟୁସର୍‌ ଭୂମିକାରେ ନଜର ଆସିବେ। ଅପରପକ୍ଷରେ ଏଥିରେ ରଣବୀର ସିଂହଙ୍କୁ ଦର୍ଶକ ଭେଟିବେ ଷ୍ଟ୍ରିଟ୍‌ ରାପର୍‌ ଭୂମିକାରେ।

photo-bollywoodlife.com

ଏଠାରେ ସୂଚନାଯୋଗ୍ୟ ଯେ,‘ଗଲି ବୟ’ରେ ରଣବୀର ସିଂହଙ୍କ ଅପୋଜିଟ୍‌ରେ ଅଛନ୍ତି ଆଲିୟା ଭଟ୍ଟ। ଏହା ରଣବୀର-ଆଲିୟା ଯୋଡ଼ିଙ୍କର ପ୍ରଥମ ସିନେମା। ଜୋୟା ଅଖତରଙ୍କ ନିର୍ଦ୍ଦେଶିତା ‘ଗଲିବୟ’୨୦୧୯ ଫେବୃଆରି ୧୪ ତାରିଖରେ ରିଲିଜ୍‌ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର