ବିବାହ ପରେ ନିଜର ପ୍ରଥମ ‘ଭାଲେଣ୍ଟାଇନ୍ସ ଡେ’କୁ ଏପରି ପାଳନ କରିବେ ଦୀପବୀର

0

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ୍‌ ଦମ୍ପତିଙ୍କ କଥା ଉଠିଲେ ସାମ୍ନାକୁ ଆସନ୍ତି ଅଭିନେତା ରଣବୀର ସିଂହ ଓ ତାଙ୍କ ପତ୍ନୀ ଦୀପିକା ପାଦୁକୋନ। ଦୀର୍ଘ ୬ ବର୍ଷର ପ୍ରେମ ସଂପର୍କ ପରେ ଗତ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୀପବୀର। ଚଳିତବର୍ଷ ଏହି ଚର୍ଚ୍ଚିତ ଦମ୍ପତି ବିବାହ ପରେ ପ୍ରଥମ କରି ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରିବେ।

ଅଭିନେତା ରଣବୀରଙ୍କୁ ଯେତେବଳେ ପଚରାଗଲା ପତ୍ନୀ ଦୀପିକାଙ୍କ ସହ ସେ କିପରି ଏଥରର ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରିବେ ସେ ଏହାର ଉତ୍ତରରେ କହିଛନ୍ତି, ‘ମୁଁ ମୋର ରିଲିଜ୍‌ ହେବାକୁ ଥିବା ଚଳଚ୍ଚିତ୍ର ‘ଗଲି ବୟ’ ଦେଖିବାକୁ ଯିବି। ଆଶା କରୁଛି ମୋ ପତ୍ନୀ ମୋ ସାଥିରେ ଯିବେ। ଏପରି ଏକ ସ୍ୱତନ୍ତ୍ର ଦିନରେ ମୁଁ ତାଙ୍କୁ ମୋ ଚଳଚ୍ଚିତ୍ର ଦେଖାଇବାକୁ ଚାହେଁ। ଚଳଚ୍ଚିତ୍ରଟି ଖୁବ୍‌ ଭଲ ଯେହେତୁ ମୁଁ ଆଶା କରୁଛି ଯେ ସେ ଏହାକୁ ଖୁବ୍‌ ପସନ୍ଦ କରିବେ ଓ ମୋ ଉପରେ ତାଙ୍କୁ ଗର୍ବ ଅନୁଭବ ହେବ।’ ଏତକ କହିବା ପରେ ରଣବୀର ଦର୍ଶକଙ୍କୁ କହିଛନ୍ତି କି, ମୁଁ ତ ମୋ ଧର୍ମପତ୍ନୀଙ୍କୁ ନେଇ ‘ଗଲି ବୟ’ ଦେଖିବାକୁ ଯିବି, ଆପଣମାନେ ବି ନିଜ ପତ୍ନୀଙ୍କୁ ନେଇ ଯାଆନ୍ତୁ।’

ଉଲ୍ଲେଖଯୋଗ୍ୟ, ରଣବୀରଙ୍କ ଅଭିନୀତ ‘ଗଲି ବୟ’ ଚଳଚ୍ଚିତ୍ରଟି ୧୪ ଫେବ୍ରୁଆରି ଅର୍ଥାତ ‘ଭାଲେଣ୍ଟାଇନ୍ସ ଡେ’ ଦିନ ହିଁ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.