ଆଜିର ତାରିଖରେ ଅଜ୍ଞାତ ଅପରାଧୀଙ୍କ ଦ୍ୱାରା ନିହତ ହୋଇଥିଲେ ଏହି ମ୍ୟୁଜିକ୍‌ କଂପାନିର ମାଲିକ

ମୁମ୍ବାଇ: ଆଜି ହେଉଛି ନାମୀ ମ୍ୟୁଜିକ୍‌ କଂପାନି ଟି ସିରିଜ୍‌ର ପ୍ରତିଷ୍ଠାତା ସ୍ୱର୍ଗତ ଗୁଲଶନ୍‌ କୁମାରଙ୍କର ୨୧ତମ ଶ୍ରାଦ୍ଧବାର୍ଷିକୀ। ସେ ୧୯୯୭ ମସିହା ଆଜିର ତାରିଖରେ ଅଜ୍ଞାତ ଅପରାଧୀଙ୍କ ଦ୍ୱାରା ନିହତ ହୋଇଥିଲେ। ତାଙ୍କର ପ୍ରକୃତ ନାମ ହେଲା ଗୁଲଶନ୍‌-କୁମାର ଦୁଆ। ସେ ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ।
ଗୁଲଶନ୍‌ କୁମାରଙ୍କ ପିତା ଚନ୍ଦ୍ରଭାନୁ ଦୁଆ ଦିଲ୍ଲୀର ଦରିଆଗଂଜ ଅଞ୍ଚଳରେ ଏକ ଜୁସ୍‌ ଦୋକାନ ଖୋଲି ନିଜ ପରିବାରର ଭରଣ ପୋଷଣ କରୁଥିଲେ। ଏହି ଦୋକାନରେ ବି ବାପାଙ୍କୁ ସାହାଯ୍ୟ କରୁଥିଲେ ଗୁଲଶନ୍‌।
କିଛି ମାସ ଜୁସ ଦୋକାନରେ କାମ କରିବାପରେ ଗୁଲଶନ୍‌ କୁମାର ନିଜର ଏକ କ୍ୟାସେଟ୍‌ ଦୋକାନ ଖୋଲିଲେ। ସେଠାରେ ସେ ଖୁବ୍‌ କମ୍‌ ମୂଲ୍ୟରେ କ୍ୟାସେଟ୍‌ ବିକ୍ରି କରିଲେ। ଏଥିରେ ଭଲ ଲାଭ ମିଳିବା ପରେ ଗୁଲଶନ୍‌ କୁମାର ନୋଏଡାରେ ଟି ସିରିଜ୍‌ ନାଆଁରେ ଏକ କଂପାନି ଖୋଲିଲେ।
ଏହାପରେ ଗୁଲଶନ୍‌ କୁମାର ମୁମ୍ବାଇ ଚାଲି ଆସିଥିଲେ। ଗୁଲଶନ୍‌ କୁମାର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ପ୍ରାୟ ୧୦ ବର୍ଷ ଯାଏଁ ରାଜ୍‌ କରିଥିଲେ। ସେ କୋଟିପତି ବନି ଯାଇଥିଲେ। ଖାଲି ସେତିକି ନୁହେଁ , ଗୁଲଶନ୍‌ କୁମାର ସୋନୁ ନିଗମ୍‌, ଅନୁରାଧା ପଡ଼ଓ୍ଵାଲ୍‌, କୁମାର ସାନୁ ଓ ଉଦିତ ନାରାୟଣଙ୍କ ଭଳି କଣ୍ଠଶିଳ୍ପୀମାନଙ୍କୁ ମଧ୍ୟ ଲଞ୍ଚ କରିଥିଲେ।


ଗୁଲଶନ୍‌ କୁମାର ନିଜେ ବି ଜଣେ ଗାୟକ ଥିଲେ ଓ ଏକ ମନ୍ଦିରରୁ ବାହାରୁଥିବା ବେଳେ ଗୁଲଶନଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଗୁଲଶନଙ୍କ ନିଧନ ପରେ ତାଙ୍କ ପୁଅ ଭୂଷଣ କୁମାର ଟି ସିରିଜ୍‌ର ବ୍ୟବସାୟ ସମ୍ଭାଳିଥିଲେ।

ସମ୍ବନ୍ଧିତ ଖବର