ନିଜର ନାମ ବଦଳାଇଲେ ଆନନ୍ଦ; ପତ୍ନୀ ସୋନମଙ୍କୁ ଏ ସଂପର୍କରେ କିଛି ବି ଜଣାନାହିଁ!

ମୁମ୍ବାଇ: ଗତ କିଛି ଦିନ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୋନମ କପୁର ଓ ଆନନ୍ଦ ଆହୁଜା। ଏହି ଲର୍ଭବାର୍ଡ ଏବେ ପାଲଟିଛନ୍ତି ଜାତୀୟ ଖବର। ସେମାନଙ୍କ ମେହନ୍ଦେୀ, ହଳଦୀ, ସଂଗୀତ, ବିବାହରୁ ଆରମ୍ଭ କରି ଟିକ୍‌ନିକ୍‌ କଥା ଉପରେ ରହିଛି ଲୋକଙ୍କ ନଜର। ସୋନମ ଓ ଆନନ୍ଦଙ୍କୁ ନେଇ ପ୍ରକାଶ ପାଉଥିବା ଯେକୌଣସି ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ରହିଛି।

ଏବେ ନିକଟରେ ଏକ ମଜାଦାରିଆ ତଥ୍ୟ ହସ୍ତଗତ ହୋଇଛି। ସୋନମ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ‘ଆନନ୍ଦ ସୋସିଆଲ୍‌ ମିଡିଆରେ ତାଙ୍କ ନାମ ବଦଳାଇଛନ୍ତି ବୋଲି ମୋର ଟିକେ ବି ଧାରଣା ନାହିଁ।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବିବାହର ମାତ୍ର କେମେ ମିନିଟ୍‌ ପରେ ସୋନମ ତାଙ୍କ ନାମ ବଦଳାଇ ସୋନମ କପୁର୍‌ ଆହୁଜା କରିଥିଲେ। ନିକଟରେ ଆନନ୍ଦ ସୋସିଆଲ୍‌ ମିଡିଆରେ ତାଙ୍କ ନାମ ବଦଳାଇ ଆନନ୍ଦ ଏସ୍‌ ଆହୁଜା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ମେ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସୋନମ କପୁର୍‌। ସିଖ୍‌ ସଂସ୍କୃତି ଅନୁଯାୟୀ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବିବାହ ଉତ୍ସବ ଅବସରରେ ସୋନମ ମୁମ୍ବାଇର ଏକ ପଞ୍ଚତାରିକା ହୋଟେଲ୍‌ରେ ଭୋଜି ଆୟୋଜନ କରିଥିଲେ। ପାର୍ଟିରେ ବହୁ ନାମୀଦାମୀ କଳାକାର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର