ଫଟୋ ଲିକ୍‌ ହେବାର ୨୪ଘଣ୍ଟା ପରେ ହଂସିକା ମୋଟ୍‌ଓ୍ଵାନିଙ୍କ ଟୁଇଟ୍‌: ମୋର ଫୋନ ହ୍ୟାକ୍‌ ହୋଇଛି

ନୂଆଦିଲ୍ଲୀ : ଗତକାଲି ଅଭିନେତ୍ରୀ ହଂସିକା ମୋଟ୍‌ଓ୍ଵାନିଙ୍କ ବ୍ୟକ୍ତିଗତ ଫଟୋ ଲିକ୍‌ ହେବାର ଖବର ମିଳିଥିଲା । ଏହା ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିଏ,କେମିତି ଏବଂ କ’ଣ ପାଇଁ ହଂସିକାଙ୍କ ଫଟୋ ଲିକ୍‌ କଲା ସେ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ ହୋଇ ନଥିବା ସ୍ପଷ୍ଟ ହୋଇଥିଲା । ଆକାଉଣ୍ଟ ହ୍ୟାକ୍‌ ନ ହୋଇ ଫଟୋ କେମିତି ଭାଇରାଲ ହେଲା ବୋଲି ପ୍ରଶ୍ନ ଉଠିଥିବା ବେଳେ ଏବେ ସବୁ ପ୍ରଶ୍ନର ଉତ୍ତର ଦେଇଛି ଅଭିନେତ୍ରୀ ହଂସିକା ମୋଟ୍‌ଓ୍ଵାନିଙ୍କ ଟୁଇଟ୍‌ । ସୋସିଆଲ ମିଡିଆ ଆକାଉଣ୍ଟ ନୁହେଁ ବରଂ ମୋ ଫୋନ ହ୍ୟାକ୍‌ ହୋଇଛି ବୋଲି କହିଛନ୍ତି ହଂସିକା ।

Times Now

ମୋର ଫୋନ ଏବଂ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଛି । ଦୟାକରି ମୋ ତରଫରୁ ଯାଉଥିବା କୌଣସି ମେସେଜ୍‌ର ଉତ୍ତର ଦିଅନ୍ତୁ ନାହିଁ । ମୋ ଟିମ୍‌ ଘଟଣା ଉପରେ ନିୟନ୍ତ୍ରଣ ଲାଗି ଉଦ୍ୟମ କରୁଛନ୍ତି ବୋଲି ଟୁଇଟ୍‌ କରି ଜଣାଇଛନ୍ତି ହଂସିକା ।

ସମ୍ବନ୍ଧିତ ଖବର