ନିଜ ନିର୍ଦ୍ଦେଶିତ ଏହି ଛବିରେ ପଜିଟିଭ୍‌ ରୋଲ୍‌ କରିଥିଲେ ହର ପଟ୍ଟନାୟକ!

ଭୁବନେଶ୍ୱର: ଓଲିଉଡର ଜଣେ ଖ୍ୟାତନାମା ଅଭିନେତା-ନିର୍ଦ୍ଦେଶକଙ୍କୁ ଦର୍ଶକ କେବେ ବି ଭୁଲି ପାରିବେ ନାହିଁ । ସେ ପରଦା ଉପରେ ଯେମିତ ଦମଦାର୍‌ ଖଳନାୟିକୀ ଦେଖାଇଥିଲେ ଠିକ୍‌ ସେମିତି ପରଦା ପଛରେ ରହି ଅନେକ ହିଟ୍‌ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏବେ ଆପଣମାନେ ଜାଣିସାରିବେଣି ଯେ ଏହି ସିନେ ବ୍ୟକ୍ତିତ୍ୱ ଜଣକ ହେଲେ ହର ପଟ୍ଟନାୟକ । ସେ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସୁନାସଂସାର’ରୁ ସିନେ ଜଗତରେ ପ୍ରବେଶ କରିଥିଲେ । ତେବେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଦଇବ ଦଉଡ଼ି’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଠିକ୍‌ ସେହିପରି ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ଜୋର ଯାର ମୁଲକ ତାର’ ରେ ଚମକପ୍ରଦ ଅଭିନୟ କରିବା ପରେ ଓଲିଉଡରେ ଜଣେ ନାମୀ ଖଳନାୟକ ବନିଥିଲେ ହର ପଟ୍ଟନାୟକ । ‘ଦଇବ ଦଉଡ଼ି’ରୁ ଆରମ୍ଭ କରି ‘ଓମ୍‌ ସାଇ ରାମ୍‌’ଯାଏଁ ସେ ଯେତେସବୁ ସିନେମା ର ନିର୍ଦ୍ଦେଶନା ଦେଇଥିଲେ ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ହେଲେ ଗୋଟିଏ ଛବିରେ ନୁହେଁ । ଏହି ଓଡ଼ିଆ ସିନେମଟି ହେଉଛି ‘ସାଥୀରେ’। ହର ପଟ୍ଟନାୟକ ଏବଂ ଶୈଳବାଳା ଲେଙ୍କାଙ୍କ ପ୍ରଯୋଜିତ ଏହି ସିନେମାରେ ହରଙ୍କ ଏକ ସଂଳାପ ବେଶ୍‌ ଲୋକପ୍ରିୟ ହୋଇଥିଲା । ତାହା ହେଲା ‘ନାହିଁ ନାହିଁ ଆମ ଓଡ଼ିଶାରେ ଏମିତି ହୁଏ ନାହିଁ’ ।‘ସାଥୀରେ’ର ମୁଖ୍ୟ କଳାକାରମାନେ ଭାବେ ଅନୁଭବ,ଶ୍ରୀତମ୍‌,ଦୀପକ, ପ୍ରଦ୍ୟୁମ୍ନ ଲେଙ୍କା କାର୍ଯ୍ୟ କରିଥିବା ବେଳେ, ଏହାର ଗୀତିକାର-ସଙ୍ଗୀତକାର ହେଲେ ମନ୍ମଥ ମିଶ୍ର।

ସମ୍ବନ୍ଧିତ ଖବର