କାନ୍‌ ଫିଲ୍ମ ଫେଷ୍ଟିଭାଲରେ ଏହି ଅଭିନେତ୍ରୀ ବଖାଣିଲେ ନିଜ ଦୁଷ୍କର୍ମର କାହାଣୀ..

ନୂଆଦିଲ୍ଲୀ: ଇଟେଲିୟନ୍‌ ସିନେମା ଷ୍ଟାର ତଥା ସିଙ୍ଗର, ମଡେଲ ଓ ଡାଇରେକ୍ଟର ଆସିୟା ଏର୍ଜିତୋ କାନ୍‌ ଫିଲ୍ମ ଫେଷ୍ଟିଭାଲ ସମୟରେ ହଲିଉଡ୍‌ ପ୍ରଯୋଜକ ହାର୍ବି ଓ୍ଵାଇନ୍‌ଷ୍ଟେନ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହି ଅଭିନେତ୍ରୀ ଶନିବାର କାନ୍‌ ଫିଲ୍ମ ଫେଷ୍ଟିଭାଲରେ କ୍ଲୋଜିଙ୍ଗ ସେରିମନିରେ ଭାଷଣ ଦେଉଥିବା ସମୟରେ ଏହି ଅଭିଯୋଗ ଆଣିଛନ୍ତି। ନିଜ ଭାଷଣରେ ଆସିୟା ସିନେମା ଇଣ୍ଡଷ୍ଟ୍ରିର ଅନ୍ୟ ଲୋକମାନଙ୍କୁ ବି ଆକ୍ଷେପ କରିଥିଲେ ଯେଉଁମାନେ କି ମହିଳାମାନଙ୍କୁ ଶୋଷଣ କରି ଆସୁଛନ୍ତି। ତେବେ ଚଳିତ ବର୍ଷ ଆସିୟାଙ୍କୁ କାନ୍‌ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି।

ଆସିୟା କହିଥିଲେ, ୧୯୯୭ ମସିହାରେ ଏହି କାନ୍‌ରେ ହାର୍ବି ଓ୍ଵାଇନ୍‌ଷ୍ଟେନ ମୋ ସହିତ ଦୁଷ୍କର୍ମ କରିଥିଲେ। ମୋର ବୟସ ସେତେବେଳେ ୨୧ ବର୍ଷ ଥିଲା। ମୁଁ ଆଶା କରୁଛି ହାର୍ବି ଓ୍ଵାଇନ୍‌ଷ୍ଟେନଙ୍କୁ ଏହ ଫିଲ୍ମ ଫେସଟିଭାଲରେ କେବେ ବି ନିମନ୍ତ୍ରଣ କରା ନଯାଉ। କେବଳ ଏତିକି ନୁହେଁ,  ଆଜି ରାତିରେ ଆପଣଙ୍କ ମଧ୍ୟରେ ବସିଥିବା କେତେକ ଲୋକ ମହିଳାକେନ୍ଦ୍ରୀକ ଅପରାଧରେ ବି ସାମିଲ ରହିଛନ୍ତି। ଏମିତି ବ୍ୟବହାର ଇଣ୍ଡଷ୍ଟ୍ରି କିମ୍ବା କୌଣସି ଓ୍ଵାର୍କପ୍ଲେସ୍‌ରେ କରାଯିବା ଉଚିତ ନୁହେଁ।

ଆସିୟା ପୂର୍ବରୁ ବି ଏହି ଖୁଲାସ କରିସାରିଥିଲେ। ୨୧ବର୍ଷ ବୟସରେ ଓ୍ଵାଇନ୍‌ଷ୍ଟେନ୍‌ ତାଙ୍କୁ ବାହାନା କରି ଏକ ହୋଟେଲକୁ ଡାକି ଦୁଷ୍କର୍ମ କରିଥିଲେ। ଆସିୟା ଏହା ବି କହିଥିଲେ କି ୨୦୦୦ ମସିହାରେ ରିଲିଜ ହୋଇଥିବା ସିନେମା ‘ସ୍କାରଲେଟ ଦିବା’ରେ ଥିବା ଦୁଷ୍କର୍ମ ଦୃଶ୍ୟ ଓ୍ଵାଇନ୍‌ଷ୍ଟେନ୍‌ ସହିତ ତାଙ୍କ ଅନୁଭବ ଉପରେ ହିଁ ଆଧାରିତ।  କାନ୍‌ରେ ଆସିୟା ଦେଇଥିବା ଏହି ଭାଷଣ ଏବେ ସୋସିଆଲ ମିଡିଆ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର