ଗରମ ପାଇଁ ଦିନ ବେଳା ସୁଟିଂ ବନ୍ଦ କଲେ ଉର୍ବଶୀ, ପ୍ରଯୋଜକ ସହୁଛନ୍ତି ଦୈନକ ୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ : ‘ହେଟ୍‌ ଷ୍ଟୋରି-୪’ ର ଅଭିନେତ୍ରୀ ଉର୍ବଶୀ ରୌତେଲା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭର୍ଜିନ ଭାନୁପ୍ରିୟା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହାର ସୁଟିଂ ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଥିବା ବେଳେ ଅଧିକ ଗରମ ହେଉଥିବା କାରଣରୁ ବର୍ତ୍ତମାନ କିଛି ଦିନ ପର୍ଯ୍ୟନ୍ତ ଉର୍ବଶୀ ସୁଟିଂ ବନ୍ଦ କରିଛନ୍ତି । ମିଡିିଆ ରିପୋର୍ଟରୁ ଜଣାପଡ଼ିଛି, ଉର୍ବଶୀ କେବଳ ରାତିରେ ସୁଟିଂ ପାଇଁ ରାଜି ହୋଇଛନ୍ତି କାରଣ ବର୍ତ୍ତମାନ ହେଉଥିବା ଅତିଶୟ ଗରମକୁ ସେ ସହ୍ୟ କରିପାରୁ ନାହାନ୍ତି। ଏଥିପାଇଁ ଚଳଚ୍ଚିତ୍ରର ପ୍ରଡକ୍‌ସନକୁ ଏବେ ଦୈନିକ ୨ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିବା ପାଇଁ ପଡ଼ୁଛି।

WallpaperSite

ଉର୍ବଶୀଙ୍କୁ ନିକଟରେ ଏକ ଇଣ୍ଟରଭ୍ୟୁରେ ସୁଟିଂ ବନ୍ଦର କାରଣ ପଚରାଯିବାରୁ ସେ କହିଥିଲେ, ‘ମୁମ୍ବାଇରେ ବର୍ତ୍ତମାନ ଦିନ ସମୟରେ ତାପମାତ୍ରା ବହୁତ ଅଧିକ ରହୁଛି ଏବଂ ଏହି ସମୟରେ ଲେହେଙ୍ଗା ପିନ୍ଧି ଅଭିନୟ କରିବା କିଛି ସହଜ କଥା ନୁହଁ । ଏଣୁ ମୁଁ ଦିନ ସମୟରେ ସୁଟିଂ କରିବା ପାଇଁ ସଂପୂର୍ଣ୍ଣ ମନା କରିଦେଇଛି। ’ ଉର୍ବଶୀଙ୍କ ପାଇଁ ବର୍ତ୍ତମାନ ପ୍ରଡ଼କସନକୁ ରାତି ସମୟରେ ଦିନ ସଦୃଶ ସୁଟିଂ କରିବା ପାଇଁ ପଡ଼ୁଛି। ଯାହା କାରଣରୁ ତାଙ୍କୁ ଅଧିକ ୨ ଲକ୍ଷ ଟଙ୍କାର ଖର୍ଚ୍ଚ କରିବା ପାଇଁ ପଡ଼ୁଛି।

ଚଳଚ୍ଚିତ୍ରରେ ଉର୍ବଶୀ ମୁଖ୍ୟଚରିତ୍ର ଭାନୁପ୍ରିୟା ଭାବେ ନଜର ଆସୁଛନ୍ତି । ଚଳଚ୍ଚିତ୍ରର କାହାଣୀ ସଂପୂର୍ଣ୍ଣ ଏପରି ଜଣେ ମହିଳାଙ୍କ ଉପରେ ଆଧାରିତ ଯାହାଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ବିବାହ ହୋଇ ପାରୁନାହିଁ ଏବଂ ଶେଷକୁ ସେ କୁଆଁରି ରହୁଛନ୍ତି ।

ସମ୍ବନ୍ଧିତ ଖବର