#ମି ଠୁରେ ଫସିଲେ ନିର୍ଦ୍ଦେଶକ ଦିବାକର ବାନାର୍ଜୀ : ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ସାର୍ଟ ଉଠାଇ ପେଟ ଦେଖାଇବା ପାଇଁ କହିଥିଲେ!

ମୁମ୍ବାଇ : ଦେଶରେ ଚାଲୁଥିବା #ମି ଠୁ ଅଭିଯାନରେ ସବୁଠାରୁ ଅଧିକ ଅଭିଯୋଗ ବଲିଉଡ୍‌ କଳାକାର,ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଉପରେ ଲାଗିଥିବା ଦେଖାଯାଇଛି । ପୂର୍ବରୁ ସାଜିଦ୍‌ ଖାନ୍‌,ବିକାଶ ବହଲଙ୍କ ଭଳି ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିଥିବା ବେଳେ ଏବେ ଆଉ ଜଣେ ନିର୍ଦ୍ଦେଶକଙ୍କ ନାମ ଏଥିରେ ସାମିଲ ହୋଇଛି । ‘ଖୋସ୍‌ଲାକା ଘୋସ୍‌ଲା’ ଏବଂ ‘ଲଭ୍‌ ସେକ୍ସ ଔର୍‌ ଧୋକା’ର ନିର୍ଦ୍ଦେଶକ ଦିବାକର ବାନାର୍ଜୀଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିଥିବା ବେଳେ ଏହି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ରୋହତଗୀ । କିଛି ବର୍ଷ ପୂର୍ବରୁ ଦିବାକର ପାୟଲଙ୍କ ଯୌନ ଶୋଷଣ କରିଥିଲେ । ଯେତେବେଳେ ସେ ଏହାର ବିରୋଧ କରିଥିଲେ ସେତେବେଳେ ତାଙ୍କୁ ଫିଲ୍ମ ମିଳିବା ବନ୍ଦ ହୋଇ ଯାଇଥିବା ବୋଲି ପାୟଲ ଅଭିଯୋଗ କରିଛନ୍ତି । ୨୦୧୧ରେ ଏକ ଫିଲ୍ମର ଅଡ଼ିସନ୍‌ ଦେବାକୁ ଯାଇଥିବା ବେଳେ ପାୟଲ ଏଭଳି ଘଟଣାର ସାମ୍ନା କରିଥିଲେ ।

Bollywoodlife.com

ପାୟଲଙ୍କ କହିବା ଅନୁଯାୟୀ, ଦିବାକର ତାଙ୍କୁ ଫିଲ୍ମର ଅଡ଼ିସନ ପାଇଁ ଡ଼ାକିଥିବା ବେଳେ ସାର୍ଟ୍‌ ଉଠାଇ ପେଟ ଦେଖାଇବା ପାଇଁ କହିଥିଲେ । ଏ ବିଷୟରେ ପାୟଲ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଖୁଲାସା କରିବାରୁ ତାଙ୍କୁ ବଲିଉଡ୍‌ରେ କାମ ମିଳିବା ବନ୍ଦ ହୋଇ ଯାଇଥିଲା । ସେ ସମୟରେ ତାଙ୍କ ଉପରେ ଅଭିଯୋଗ ନ କରିବାର ମୁଖ୍ୟ କାରଣ ଥିଲା କି ଦିବାକର ଜଣେ ବଡ଼ ନିର୍ଦ୍ଦେଶକ ଥିବାରୁ କ୍ୟାରିୟର ଶେଷ ହୋଇଯିବା ଡ଼ରରେ ତାଙ୍କ ବିରୋଧରେ ଅଭିଯୋଗ କରି ନ ଥିଲେ । ଏବେ #ମି ଠୁ ଅଭିଯାନ ପରେ ମୋତେ ଲାଗୁଛି କି ସମୟ ବଦଳିବ ବୋଲି ପାୟଲ କହିଛନ୍ତି ।

ସମ୍ବନ୍ଧିତ ଖବର