ଟାଇଗର୍‌-ଦିଶାଙ୍କ ପ୍ରେମ ସଂପର୍କକୁ ସବୁଜ ସଂକେତ ଦେଲେ ଜ୍ୟାକି ଶ୍ରଫ୍‌

ମୁମ୍ବାଇ: ଦୀର୍ଘ ଦିନ ହେବ ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ ଓ ଅଭିନେତ୍ରୀ ଦିଶା ପଟାନି ଉଭୟ ଉଭୟଙ୍କୁ ଡେଟ କରୁଥିବା କଥା ରୀତିମତ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି। ଉଭୟଙ୍କୁ ବିଭିନ୍ନ ପାର୍ଟି ଉତ୍ସବରେ ବି ଏକତ୍ର ଦେଖିବାକୁ ମିଳୁଛି। ତେବେ ଉତ୍ସୁକତାର କଥା ହେଉଛି ଏହି ଦୁଇ ଯୋଡ଼ିଙ୍କ ପ୍ରେମ ସଂପର୍କକୁ ନେଇ ସବୁଜ ସଂକେତ ଦେଇଛନ୍ତି ଟାଇଗର୍‌ଙ୍କ ବାପା ଜ୍ୟାକି ଶ୍ରଫ୍‌।

ଜ୍ୟାକି କହିଛନ୍ତି କି ‘ମୁଁ ଟାଇଗରର ରିଲେସନସିପ୍‌ ଭିତରେ ପଶେ ନାହିଁ। ମୁଁ ବହୁତ ଖୁସି ଯେ ୨୫ ବର୍ଷ ପରେ ମୋ ପୁଅକୁ ତା’ର ପ୍ରେମିକା ମିଳିଲା। ଟାଇଗର୍‌ ଜୀବନର ମାନେ ବୁଝେ। ସମାଜରେ କିପରି ନିଜ ଇଜ୍ଜତ ବଜାୟ ରଖିବାକୁ ହୁଏ ତାହା ବି ସେ ଜାଣେ। ଭଦ୍ରତାର ସୀମା ଭିତରେ କିପରି ରହିବାକୁ ହୁଏ ତାହା ଟାଇଗର୍‌କୁ ଜଣା। ମୋର ଚିନ୍ତା କରିବାର କୌଣସି କାରଣ ନାହିଁ।’ ଆଗାମୀ ଭବିଷ୍ୟତରେ ଟାଇଗର୍‌ଙ୍କ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌୨’ ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ଦର୍ଶକ।

ସମ୍ବନ୍ଧିତ ଖବର