ମୁମ୍ବାଇ : ବଲିଉଡ୍‌ରେ ଅନେକ ପ୍ରେମୀ ଯୁଗଳଙ୍କୁ ଦେଖାଯାଇଛି । ସେମାନଙ୍କ ମଧ୍ୟରୁ କିଛି ବିବାହ କରି ସାରିଛନ୍ତି ତ କିଛି ଯୋଡ଼ିଙ୍କର ବିଚ୍ଛେଦ ହୋଇଛି । ବଲିଉଡ୍‌ ଇତିହାସରେ ବିଚ୍ଛେଦ ହେବା ଖବର କିଛି ନୂଆ ନୁହେଁ । ପୂର୍ବରୁ ଅନେକ ଯୋଡ଼ି ପରସ୍ପରଠାରୁ ଅଲଗା ହୋଇଥିବା ବେଳେ ଏବେ ଚର୍ଚ୍ଚାରେ ରହିଥିବା ସାରା-କାର୍ତ୍ତିକଙ୍କ ଯୋଡ଼ି ଭାଙ୍ଗି ଯାଇଥିବା ଜଣାପଡ଼ିଛି ।

Advertisment

सारा अली खान-कार्तिक आर्यन के रिश्ते में दरार, इस वजह से किया ब्रेकअप! aajtak.intoday.in

ସୂଚନା ମୁତାବକ, ଅଭିନେତ୍ରୀ ସାରା ଆଲ୍ଲୀ ଖାନ୍‌ ନିଜ ବାପାଙ୍କ ସହ କଫି ଉଇଥ୍‌ କରଣକୁ ଆସିବା ପରେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କଥା କହିଥିଲେ । ଯାହା ପରେ ଦୁହିଁଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପରେ ପରେ ଦୁହିଁଙ୍କୁ ଫିଲ୍ମ ଲଭ୍‌ ଆଜ କଲରେ ସାଥୀରେ କାମ କରିବାର ସୁଯୋଗ ମିଳିବାରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା । ଅନେକ ସମୟରେ ଦୁହେଁ ସାଥୀରେ ନଜର ଆସିବା ସହ ଏକା ସାଙ୍ଗରେ ଫଟୋ ଅପ୍‌ଲୋଡ୍‌ କରିବା ଆରମ୍ଭ କରିଥିଲେ । ଦୁହେଁ ବଲିଉଡ୍‌ର ନୂଆ ପ୍ରେମୀଯୁଗଳ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିବା ଜଣାପଡ଼ିଛି । ନିଜ ନିଜର ବଲିଉଡ୍‌ ପ୍ରୋଜେକ୍ଟକୁ ନେଇ ଦୁହେଁ ବ୍ୟସ୍ତ ରହୁଥିବାରୁ ପରସ୍ପରକୁ ସମୟ ଦେଇ ପାରୁ ନାହାନ୍ତି । ଯାହା ପରେ ସେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ଚର୍ଚ୍ଚା ହେଉଛି।