ଅନୁଭବଙ୍କ ବିପକ୍ଷରେ ଏହି ନାୟିକାଙ୍କୁ କେବେ ଦେଖିବାକୁ ମିଳିବ ?

0 660

ଭୁବନେଶ୍ୱର : ଅନୁଭବଙ୍କ ବିପକ୍ଷରେ କେତେକ ସିନେମାରେ ବର୍ଷା ପି୍ରୟଦର୍ଶିନୀ, ଅର୍ଚ୍ଚିତା, ଏଲିନା, ଝିଲିକ୍‌ , ରୀୟା,ଭୂମିକା ଓ ଶୀତଲ୍‌ ପ୍ରମୁଖ ନାୟିକାମାନେ କାମ କରିଛନ୍ତି।ଏମାନଙ୍କ ମଧ୍ୟରୁ ପ୍ରଥମ ଚାରି ଜଣଙ୍କୁ ଓଲିଉଡର ଆଗଧାଡ଼ିର ନାୟକ ଅନୁଭବଙ୍କ ସାଥ୍‌ ମିଳିଛି। ଅର୍ଥାତ୍‌ ନାୟିକା ବନିଛନ୍ତି।

ବର୍ଷା ତ ଅନୁଭବଙ୍କର ବାସ୍ତବ ଜୀବନର ନାୟିକା। ତାଙ୍କ ସହ ସେ ଅନେକ ସିନେମାରେ କାମ କରିଛନ୍ତି, ଯାହାର ତାଲିକା ଦେବାଅନାବଶ୍ୟକ। ଅନ୍ୟପକ୍ଷରେ ଅର୍ଚ୍ଚିତା ଅନୁଭବଙ୍କ ସହିତ ‘ଧନରେ ରଖିବୁ ଶପଥ ମୋର’, ‘ତୋ ବିନା ମୋ’ କାହାଣୀ ଅଧା’ ଓ ‘ଆକାଶେକି ରଙ୍ଗ ଲାଗିଲା’ ଆଦି ଓଡ଼ିଆ ଛବିରେ କାମ କରିଛନ୍ତି। ଠିକ୍‌ ସେହିପରି ଝିଲିକ୍‌ ‘ଅଗସ୍ତ୍ୟ’ ଓ ‘ବେବି’ରେ ଅନୁଭବଙ୍କ ନାୟିକା ବନିଥିବାବେଳେ ଏଲିନା ‘ଜଗା ହାତରେ ପଘା’ ‘କାବୁଲା-ସର୍ଚ୍ଚିଂ ଫର୍‌ ଲୈଲା’ରେ ଓ ‘ଅଭୟ’ରେ ତାଙ୍କ ସହିତ କାମ କରିଛନ୍ତି।

ଏଣେ ଶୀତଲ୍‌ ଓଲିଉଡ୍‌ରେ ପାଖାପାଖି ତିନିବର୍ଷ ହେବ କାମ କରିଲେଣି ଏବଂ ବେଶ୍‌ କେତୋଟି ସିନେମାରେ ନାୟିକା ଭୂମିକାରେଅଭିନୟ କରି ବେଶ୍‌ ଚର୍ଚ୍ଚିତା ହୋଇଛନ୍ତି। କିନ୍ତୁ ଅନୁଭବଙ୍କ ବିପକ୍ଷରେ କୌଣସି ବି ସିନେମାରେ ତାଙ୍କୁ ଏଯାବତ୍‌ ସୁଯୋଗ ମିଳିନାହିଁ।ଶୀତଲ୍‌ କେବଳ ବାବୁସାନ୍‌ ଓ ଅରିନ୍ଦମ୍‌ଙ୍କ ବିପକ୍ଷରେ ନାୟିକା ବନିଛନ୍ତି। ଦେଖାଯାଉ, କେବେ ଅନୁଭବ-ଶୀତଲଙ୍କ ଯୋଡ଼ି ପରଦାକୁଆସୁଛନ୍ତି।


ଠିକ୍‌ ସେହିପରି ରୀୟା ଦେ ବି ପ୍ରାୟ ଆଠ ବର୍ଷ ହେବ ଓଲିଉଡରେ ସକ୍ରିୟ। ସେ ବାବୁସାନ୍‌,ସବ୍ୟସାଚୀ , ଆକାଶ ଏବଂ ଅରିନ୍ଦମ୍‌ ପ୍ରମୁଖ ନାମୀ ନାୟଙ୍କ ନାୟିକା ବନିଛନ୍ତି ,ମାତ୍ର ଏଯାବତ୍‌ ଗୋଟିଏ ବି ସିନେମାରେ ଅନୁଭବଙ୍କ ସାଥ୍‌ ପାଇ ନାହାନ୍ତି ରୀୟା। ଅପରପକ୍ଷରେ ଗତ ବର୍ଷ ‘ତୁ ମୋ’ ଲଭଷ୍ଟୋରି’ ଏବଂ ‘ହିରୋ ନଂ ୧’ରେ ନାୟିକା ଭୂମିକାରେ ନଜର ଆସିଥିବା ଭୂମିକା ବି ଏଯାବତ୍‌ ଅନୁଭବଙ୍କ ବିପକ୍ଷରେ ନାୟିକା ହୋଇ ନାହାନ୍ତି।ଅନୁଭା ବି ଅନୁଭବଙ୍କ ସାଥ୍‌ ପାଇ ନାହାନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.