ଏହି ନାୟିକାଙ୍କ ଦେଖା ମିଳିବନି ଏ ବର୍ଷ !
ମୁମ୍ବାଇ: ୨୦୧୮ରେ ଅନେକ ଗୁଡ଼ିଏ ବିଗ ବଜେଟ୍ ହିନ୍ଦୀ ସିନେମା ରିଲିଜ୍ ହେବାକୁ ଯାଉଛି । ଏଥିରେ ଆପଣ ନିଜର ମନପସନ୍ଦ ଷ୍ଟାରମାନଙ୍କୁ ଦେଖିବାକୁ ପାଇବେ । ହେଲେ ସେଥିରେ ସାମିଲ୍ ନ ଥିବେ କେତେକ ଲୋକପ୍ରିୟ ତାରକା । ଏ ବର୍ଷ ଯେଉଁମାନଙ୍କୁ ଆପଣ ପରଦାରେ ଦେଖିବାକୁ ପାଇବେ ନାହିଁ, ଆସନ୍ତୁ ଜାଣିବା ସେମାନଙ୍କୁ….।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରିୟଙ୍କା ଚୋପ୍ରା ଏମିତି ଜଣେ ଷ୍ଟାର୍, ଯିଏ ବଲିଉଡରେ ଯେମିତି ଚର୍ଚ୍ଚିତା, ହଲିଉଡ ରେ ବି ସେମିତି ଲୋକପ୍ରିୟ । ୨୦୧୭ରେ ତାଙ୍କ ଅଭିନୀତ ଫିଲ୍ମ ‘ ବେଓ୍ଵାଚ୍ ’ ରିଲିଜ୍ ହୋଇଥିଲା , ମାତ୍ର ୨୦୧୮ରେ ତାଙ୍କର କୌଣସି ହିନ୍ଦୀ ସିନେମା ପରଦାକୁ ଆସିବାର ସମ୍ଭାବନା ନାହିଁ ।
ଠିକ୍ ସେହିପରି ଗତ ବର୍ଷ ‘ ତୁହ୍ମାରି ସୁଲୁ’ ଜରିଆରେ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ବିଦ୍ୟା ବାଲାନ୍ଙ୍କ ହାତରେ ଏବେ କୌଣସି ସିନେମା ନାହିଁ । ଏଣୁ ୨୦୦୮ରେ ତାଙ୍କୁ କୌଣସି ସିନେମାରେ ଦେଖିବାକୁ ମିଳିବ ନାହିଁ । ୨୦୧୭ରେ ବିପାସା ବସୁଙ୍କର କୌଣସି ସିନେମା ରିଲିଜ୍ ହୋଇନଥିଲା, ଠିକ୍ ସେହିପରି ୨୦୧୮ରେ ବି ତାଙ୍କୁ ବଡ ପରଦାରେ ଦେଖିବାକୁ ମିଳିବାର ସମ୍ଭାବନା କ୍ଷୀଣ । ତାଙ୍କର ମୁକ୍ତି ପ୍ରାପ୍ତି ଶେଷ ସିନେମା ହେଲା ଏଲୋନ୍ ( ୨୦୧୫) ।
୨୦୦୫ରେ ‘ ୟାହାଁ’ ଟାଇଟଲରେ ନିର୍ମିତ ଏକ ସିନେମା ଜରିଆରେ ବଲିଉଡ଼ ଡେବ୍ୟୁ କରିଥିବା ନିମରନ୍ କୌରଙ୍କ ଶେଷ ସିନେମା ଥିଲା ‘ଏୟାରଲିଫ୍ଟ’, ଯାହା ୨୦୧୬ରେ ରିଲିଜ୍ ହୋଇଥିଲା। ୨୦୧୮ରେ ତାଙ୍କର କୌଣସି ଫିଲ୍ମ ରିଲିଜ୍ ହେବାର ନାହିଁ । ସୁନୀଲ ସେଟ୍ଟିଙ୍କ କନ୍ୟା ଆଥିୟା ସେଟ୍ଟୀ ୨୦୧୫ରେ ‘ ହିରୋ’ ଫିଲ୍ମ ଜରିଆରେ ବଲିଉଡରେ ହିରୋଇନ୍ ଭାବେ ଡେବ୍ୟୁ କରିଥିଲେ । ତା’ପରେ ତାଙ୍କୁ ୨୦୧୭ରେ ‘ମୁବାରକାଁ’ରେ ଦେଖିବାକୁ ପାଇଥିଲେ ଦର୍ଶକ । ହେଲେ ୨୦୧୮ରେ ତାଙ୍କର କୌଣସି ସିନେମା ରିଲିଜ୍ ହେବ ନାହିଁ ,କାରଣ ତାଙ୍କ ହାତରେ ଏବେ କୌଣସି ସିନେମା ନାହିଁ ।।
୨୦୧୭ରେ ରାକେଶ ଓମ୍ପ୍ରକାଶ ମେହେରାଙ୍କ ‘ ମିର୍ଜିୟା’ ସିନେମାରେ ବଲିଉଡରେ ଡେବ୍ୟୁ କରିଥିବା ସୟାମୀ ଖେରଙ୍କ ହାତରେ ଏବେ କୌଣସି ଫିଲ୍ମ ନ ଥିବା ହେତୁ ତାଙ୍କୁ ଏବର୍ଷ ବଡ଼ ପରଦାରେ ଦେଖିବାକୁ ମିଳିବ ନାହିଁ ।
୨୦୦୯ରେ ‘ ଲକ୍’ ଫିଲ୍ମରେ ନାୟିକା ସାଜି ବଲିଉଡରେ ପ୍ରବେଶ କରିଥିବା ଶ୍ରୁତି ହାସନଙ୍କ ଶେଷ ସିନେମା ହେଲା ‘ ବହନ୍ ହୋଗି ତେରୀ’(୨୦୧୭), ହେଲେ ଏବେ ତାଙ୍କ ହାତରେ କୌଣସି ସିନେମା ନ ଥିବା ଯୋଗୁଁ ୨୦୧୮ରେ ତାଙ୍କୁ ଦେଖିବାକୁ ପାଇବେ ନାହିଁ ସିନେପ୍ରେମୀ । ‘ ଶୁଦ୍ଧ ଦେଶି ରୋମାନ୍ସ’ ଓ ‘ ବେଫିକ୍ରେ’ର ବୋଲଡ୍ ହିରୋଇନ୍ ବାଣୀ କପୁର୍ ବି ୨୦୧୮ରେ କୌଣସି ହିନ୍ଦୀ ସିନେମା ରିଲିଜ୍ ହେବ ନାହିଁ ବୋଲି ଜଣାଯାଇଛି । ମଝିରେ ଶୁଣିବାକୁ ମିଳୁଥିଲା ଯେ ସେ ରିତିକ୍ ରୋଶନଙ୍କ ସହ ଏକ ସିନେମାରେ କାମ କରିବେ ବୋଲି ,ହେଲେ ତାହା ସମ୍ଭବ ହୋଇ ନାହିଁ।