ବଲିଉଡରେ ପୁଣି ଆଉ ଏକ ବିବାହ : ୨୧ ବର୍ଷ ସାନ ସୋନିଆଙ୍କୁ ବିବାହ କଲେ ହିମେଶ ରେସମିଆ

0 1,489

ନୂଆଦିଲ୍ଲୀ : ବର୍ତ୍ତମାନ ବଲିଉଡରେ ଯେପରି ବିବାହର ଋତୁ ଚାଲିଛି। ସୋନମ କପୁରଙ୍କ ବିବାହ ପରେ ଗତକାଲି ଚୁପଚାପ୍‌ ବିବାହ କରିଛନ୍ତି ଅଭିନେତ୍ରୀ ନେହା ଧୁପିଆ । ଆଜି ବଲିଉଡ୍‌ର ସୁପରହିଟ ସଂଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିଆ ତାଙ୍କର ବହୁ ଦିନର ଗର୍ଲଫ୍ରେଣ୍ଡ ସୋନିଆ କପୁରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ହିମେଶଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ପୂର୍ବ ପତ୍ନୀଠାରୁ ତାଙ୍କର ଏକ ପୁଅ ମଧ୍ୟ ରହିଛି।

yuvamind.com

ହିମେଶ ଏହା ପୂର୍ବରୁ କୋମଲଙ୍କୁ ୧୯୯୫ ମସିହାରେ ବିବାହ କରିଥିଲେ । ୨୨ ବର୍ଷର ବୈବାହିକ ସଂପର୍କ ପରେ ମଧ୍ୟ ୨୦୧୭ ମସିହାରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ସୋନିଆଙ୍କୁ ହିମେଶ ଏବଂ ତାଙ୍କ ପତ୍ନୀଙ୍କ ଛାଡ଼ପତ୍ରର କାରଣ ମଧ୍ୟ କୁହାଯାଇଥାଏ । ମିଡ଼ିଆର ଏହି ମନ୍ତବ୍ୟକୁ ମିଥ୍ୟା ବୋଲି କହିଛନ୍ତି ହିମେଶଙ୍କ ପୂର୍ବ ପତ୍ନୀ। ତାଙ୍କ ମତରେ, “ଦୁହିଁଙ୍କ ମଧ୍ୟରେ ସଠିକ୍‌ ବୁଝାବଣା ରହି ନ ଥିବାରୁ ଆମର ଛାଡ଼ପତ୍ର ହୋଇଥିଲା । ଆମେ ଦୁହେଁ ପରସ୍ପରକୁ ସମାନ ସମ୍ନାନ ପ୍ରଦାନ କରିଥାଉ । ଆମ ମଧ୍ୟରେ ଥିବା ଅନ୍ୟ କିଛି କାରଣ ବଶତଃ ଆମେ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତିି ନେଇଥିଲୁ । ତେବେ ଏଥିରେ ସୋନିଆଙ୍କର କିଛି ଭୁଲ ରହିନାହିଁ । ଆମ ପରିବାରର ସମସ୍ତେ ଏବଂ ମୋ ପୁଅ ଶୋୟମ ସୋନିଆଙ୍କୁ ବହୁତ ପସନ୍ଦ କରେ ।”
ହିମେଶ ତାଙ୍କ ଠାରୁ ୨୧ ବର୍ଷ ସାନ ଟେଲିଭିଜନ ଅଭିନେତ୍ରୀ ସୋନିଆଙ୍କ ସହିତ ବିବାହ କରିଛନ୍ତି । ଦୁଇ ଦିନ ପୂର୍ବେ ଗୁପ୍ତ ଭାବେ ହିମେଶଙ୍କ ଘରେ ଦୁହିଁଙ୍କ ମେହେନ୍ଦି ହୋଇଥିବା ବେଳେ ଆଜି ସନ୍ଧ୍ୟା ସମୟରେ ଏକ ଛୋଟ ପାର୍ଟିର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.