ମୁମ୍ବାଇ : ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ନିଜର ପେଟ ପୋଷୁଥିବା ରାନୁ ରାତା ରାତି ପାଲଟିଥିଲେ ଇଣ୍ଟରନେଟ୍ ଷ୍ଟାର । ସପ୍ଟେଓ୍ଵର ଇଞ୍ଚିନିୟର ଅତିନ୍ଦ୍ରଙ୍କ ପ୍ରୟାସ ପାଇଁ ସେ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆକୁ ଆସିଥିଲା । ଯାହା ପରେ ଲୋକେ ରାନୁଙ୍କ ସ୍ୱରକୁ ପସନ୍ଦ କରିବା ଆରମ୍ଭ କରିଥିଲେ । ଧିରେ ଧିରେ ତାଙ୍କ ଲୋକପ୍ରିୟତା ଦେଖି ବଲିଉଡ୍ କଣ୍ଠଶିଳ୍ପୀ ହିମେଶ ରେସ୍ମିଆ ତାଙ୍କୁ ନିଜ ଫିଲ୍ମରେ ଗାଇବାର ସୁଯୋଗ ଦେଇଥିଲେ । ଏବେ ବଡ଼ ବଡ଼ ସଫଳତା ହାସଲ କରିବା ପରେ ରାନୁ ଅନ୍ୟ କାମରେ ବ୍ୟସ୍ତ ଥିବା ଜଣା ପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ରାନୁ ନିଜର ପ୍ରଶଂସକଙ୍କ ସଂଖ୍ୟା ବଢ଼ାଇବା ସହ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା ଚଳାଇଛନ୍ତି । ନିଜର ଫେସ୍ବୁକ୍ ପେଜ୍ ତିଆରି କରି ସେ ନିଜର ଗୀତର ଭିଡିଓ ପୋଷ୍ଟ କରୁଥିବା ଦେଖାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଏବେ ରାନୁଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ହେଉଥିବା ବେଳେ ସେ ସେଥିରେ ଅଧିକ ସମୟ ଦେଉଛନ୍ତି । ଏମିତି କି ସେ ନିଜର ପାସପୋର୍ଟ ମଧ୍ୟ ତିଆରି କରି ସାରିଛନ୍ତି ।