ପ୍ରେମିକ ରକିଙ୍କ ପରିବାରକୁ ଯାଇ ରକ୍ଷା ବନ୍ଧନ ମନାଇଲେ ଟେଲି ଅଭିନେତ୍ରୀ ହିନା ଖାନ୍‌

ମୁମ୍ବାଇ: ଆଉ ଦୁଇ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ସାରା ଦେଶ ଏହି ପବିତ୍ର ଉତ୍ସବକୁ ଅପେକ୍ଷା କରି ରହିଥିବା ବେଳେ ଟେଲି ଅଭିନେତ୍ରୀ ହିନା ଖାନ୍‌ ତାଙ୍କ ପ୍ରେମିକ ରକି ଜୈସଓ୍ଵାଲ୍‌ଙ୍କ ପରିବାରକୁ ଯାଇ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି।

 

ହିନାଙ୍କ ସହ ପ୍ରେମିକ ରକି ଓ ତାଙ୍କର ୩ ଭଉଣୀ ନଜର ଆସିଛନ୍ତି। ସେମାନେ ପରସ୍ପରଙ୍କ ହାତରେ ରାକ୍ଷୀ ବାନ୍ଧି ଚନ୍ଦନ, ସିନ୍ଦୂର ଲଗାଲଗି ହେଉଥିବାର ଫଟୋରେ ଦେଖିବାକୁ ମିଳିଛି। ଏହି ବିଶେଷ ମୁହୂର୍ତ୍ତର ଫଟୋକୁ ହିନା ଓ ରକି ଉଭୟ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ କରିଛନ୍ତି।

 

ହିନା ଏହି ଫଟୋକୁ ଇନ୍‌ଷ୍ଟାରେ ସେୟାର୍‌ କରି ‘ପ୍ରି-ରାକ୍ଷୀ ସେଲିବ୍ରେସନ୍‌’ ବୋଲି ଲେଖିଛନ୍ତି। ସେ ଏପରି ଏକ ମୁହୂର୍ତ୍ତ ପାଇଁ ରକି ଓ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର