ରକ୍ତ କର୍କଟ ରୋଗରେ ଲଢ଼ୁଥିବା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ହିନା ଖାନ୍‌

ମୁମ୍ବାଇ : ପ୍ରଥମେ ଅକ୍ଷରା ଏବଂ ପରେ କୋମୋଲିକା ଚରିତ୍ରରେ ଆସି ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରିଥିଲେ ଅଭିନେତ୍ରୀ ହିନା ଖାନ୍‌ । ଏହା ପରେ ପରେ କାନ୍ସର ରେଡ୍‌ କାର୍ପେଟରେ ଚାଲି ସେ ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣି ହିନାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସେ ପିନ୍ଧିଥିବା କୌଣସି ପୋଷକଙ୍କୁ ନେଇ ନୁହେଁ ବରଂ ସେ କରିଥିବା କାମ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ୧୦ବର୍ଷର କର୍କଟ ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇ ହିନା ଚର୍ଚ୍ଚାରେ ରହିଛନ୍ତି । ପୀଡ଼ିତଙ୍କ ନାଁ ଅଫାନ ହୋଇଥିବା ବେଳେ ସୋସିଆଲ ମିଡିଆରେ ହିନାଙ୍କୁ ସାହାଯ୍ୟ ମଗାଯାଇଥିଲା । ଯାହା ପରେ ସେ ତୁରନ୍ତ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ।

oneindia.com

ସୂଚନା ମୁତାବକ, ହେଲ୍ଥ କେୟାର ଏନ୍‌ଜିଓ ଟୁଇଟ୍‌ରରେ ହିନାଙ୍କୁ ଟ୍ୟାଗ୍‌ କରି ୧୦ବର୍ଷୀୟ ଅଫାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଯାହାର ଉତ୍ତରରେ, କୁହନ୍ତୁ, କେଉଁଭଳି ଭାବରେ ମୁଁ ଆପଣଙ୍କୁ ସାହାଯ୍ୟ କରି ପାରିବି ବୋଲି ଲେଖିଥିଲେ ହିନା ।

ସମ୍ବନ୍ଧିତ ଖବର