ଦୁଇ ବର୍ଷ ପରେ ଛୋଟପରଦାକୁ ଫେରୁଛନ୍ତି ହିନା, ପୂର୍ବରୁ ଛାଡ଼ିଥିବା ଧାରାବାହିକରେ ପୁଣି ଥରେ କରିବେ କାମ

ମୁମ୍ବାଇ: ଅଭିନେତ୍ରୀ ହିନା ଖାନ୍‌ ଧାରାବାହିକ ‘ୟେ ରିସ୍ତା କ୍ୟା କେହ୍‌ଲାତା ହୈ’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୮ବର୍ଷ ପରେ ହିନା ଏହି ସୋ’ ଛାଡ଼ିଥିଲେ । ଭାରତର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ ବସ୍‌ରେ ଭାଗ ନେବା ପାଇଁ ସେ ଏହି ଛାଡ଼ିଥିଲେ ବୋଲି ଖବର ଆସିଥିଲା । କିନ୍ତୁ ଏବେ ଦୁଇ ବର୍ଷର ବ୍ୟବଧାନ ପରେ ସେ ପୁଣି ସେହି ଧାରାବାହିକକୁ ଫେରୁଥିବା ଜଣାପଡ଼ିଛି। ଆରମ୍ଭ ହେବାକୁ ଯାଉଥିବା ନୂଆ ଧାରାବାହିକ ‘କସୌଟି ଜିନ୍ଦଗି କି’ର ଦ୍ୱିତୀୟ ଭାଗରେ ହିନା ନଜର ଆସିବାକୁ ଥିବା ବେଳେ ଏହା ପୂର୍ବରୁ ‘ୟେ ରିସ୍ତା କ୍ୟା କେହ୍‌ଲାତା ହୈ’ର ଏକ ସ୍ପେଶାଲ ଅଧ୍ୟାୟରେ ତାଙ୍କୁ ଦର୍ଶକେ ଦେଖିବାକୁ ପାଇପାରିବେ ।

TellyChakkar

ସୂଚନା ମୁତାବକ, ବିଗ୍‌ ବସ୍‌ ପରେ ଖତ୍‌ରୋଁ କି ଖିଲାଡ଼ିରେ ନଜର ଆସିଥିଲେ ହିନା । ଏହା ପରେ ତାଙ୍କୁ ଏକ ପଞ୍ଜାବୀ ଭିଡିିଓରେ ଦେଖିବାକୁ ମିଳିଥିଲା । ବଡ଼ ପରଦାରେ କାମ କରିବାର ସୁଯୋଗକୁ ଅପେକ୍ଷା କରିବା ପରେ ନ ମିଳିବାରୁ ଏବେ ସେ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ।

ସମ୍ବନ୍ଧିତ ଖବର