ଆତ୍ମରତିର ଦୃଶ୍ୟପାଇଁ ଚର୍ଚ୍ଚିତା କିଆରା ଆଡଭାନିଙ୍କ ବଡ଼ ସଫଳତା

ମୁମ୍ବାଇ: ଓ୍ଵବ୍‌ ସିରିଜ୍‌ ‘ଲଭ୍‌ ଷ୍ଟୋରିଜ୍‌’ରେ ଆତ୍ମରତିର ଦୃଶ୍ୟରେ ଅଭିନୟ କରିବାପରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି କିଆରା ଆଡଭାନି। କିଆରାଏକ ବିଗ୍‌ ଷ୍ଟାର୍‌ ଥିବା ସିନେମାରେ କାମ କରୁଛନ୍ତି। ଏହି ଫିଲ୍ମଟି ହେଉଛି ସାଉଥ୍‌ର ସୁପରହିଟ୍‌ ମୁଭି ‘ଅର୍ଜୁନ ରେଡି’ର ରିମେକ୍‌। ପ୍ରଥମେ ଏହି ସିନେମାପାଇଁ ଇଶାନ୍‌ ଖଟ୍ଟରଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ତାରା ସୂତରିୟାଙ୍କ ନାଆଁ ଫାଇନାଲ୍‌ ହୋଇଥିଲା,ହେଲେ ସେ ଏଥିପାଇଁ ସମୟ ଦେଇ ପାରି ନଥିଲେ। ଏହାପରେ କିଆରାଙ୍କୁ ଏଥିପାଇଁ ଚୁକ୍ତିବଦ୍ଧ କରାଯାଇଥିବା ଜଣାଯାଇଛି।ଏହି ଫିଲ୍ମରେ କିଆରା ଆଡଭାନି ଏବେକାର ଜଣେ ଟପ୍‌ ହିରୋଙ୍କ ସହିତ ପରଦାରେ ରୋମାନ୍ସ କରିବେ। ଏହି ନାୟକ ଜଣକ ଶାହିଦ୍‌ କପୁର। ପ୍ରଥମ ଥର ପାଇଁ ଶାହିଦ୍‌ କପୁର ଓ କିଆରା ଏକାଠି ଅନ୍‌ସ୍କି୍ରନ୍‌ ରୋମାନ୍ସ କରିବେ ଏହି ଫିଲ୍ମରେ। ଏହି ଯୋଡି କିପରି ଜମୁଛି ତାହା ଦେଖିବା କଥା।ଏହା ଏକ ରୋମାଣ୍ଟିକ୍‌ ଡ୍ରାମାବୋଲି ଜଣାଯାଇଛି।

ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ସନ୍ଦୀପ୍‌ ବଙ୍ଗା । ଏହାର ପ୍ରଯୋଜନା କରୁଛନ୍ତି ହେଲେ ଭୂଷଣ କୁମାର, କ୍ରିଷନ୍‌ କୁମାର,ମୁରାଦ ଖୈତାନୀ ଓ ଅଶ୍ୱିନ ବର୍ଦେ। ଏହା ୨୦୧୯ ଜୁନ୍‌ ମାସରେ ରିଲିଜ୍‌ ହେବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର