ବଲିଉଡ ନାୟିକାମାନେ ଛୁଟି କାଟିବାପାଇଁ କେତେ ଟଙ୍କା ଭଡ଼ା ଦିଅନ୍ତି ?

ବଲିଉଡ ନାୟିକାମାନେ ଛୁଟି କାଟିବାପାଇଁ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ସେମାନେ କେଉଁଠି ରହନ୍ତି ଏବଂ ଦିନକୁ କେତେ ଟଙ୍କା ଭଡ଼ା ଦିଅନ୍ତି ଜାଣନ୍ତି କି !
ଶିଳ୍ପା ସେଟ୍ଟୀ ଦୁବାଇରେ ହଲିଡେ ଏନଜୟ କରିବାକୁ ପସନ୍ଦ କରନ୍ତି । ସେ ଏଠାରେ ଥିବା ପାସ୍‌ ଜୁମେରହ ପ୍ରାଇଭେଟ୍‌ ବିଚ୍‌ ଭିଲାରେ ରହନ୍ତି । ଏଠାରୁ ବୁର୍ଜ ଖଲିଫା ଆରବିୟନ୍‌ ସିର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏହାଛଡା ଏଠାରେ ସୁଇମିଂ ପୁଲ୍‌, ବିଚ୍‌, ଲାଣ୍ଡସ୍କେପ୍‌ ଗାର୍ଡେନ ମଧ୍ୟ ରହିଛି । ଏଠାରେ ରହିବା ଲାଗି ଦିନକ ପାଇଁ ପ୍ରାୟ ୬୬ ହଜାର ଟଙ୍କା ଦେବାକୁ ପଡ଼ିଥାଏ ।

photo-hindustantimes.com

ବଲିଉଡର ଲୋକପ୍ରିୟ ନାୟିକା ସୋନମ୍‌ କପୁରଙ୍କ ଫେଭରିଟ୍‌ ପ୍ଲେସ୍‌ ହେଲା ନ୍ୟୁୟର୍କ । ସେ ସେଠାରେ ଥିବା ଏନ୍‌ବାୟସି ଡ୍ରିମ୍‌ ହୋମ୍‌ରେ ରହିବାକୁ ପସନ୍ଦ କରନ୍ତି । ଏଠାରେ ୫ ଟି ବେଡ ରୁମ୍‌ , ଜିମ୍‌ , ପୁଲ୍‌ , ଟେବୁଲ୍‌ ଓ ଗାର୍ଡେନ ଆଦି ରହିଛି । ଏଠାରେ ରହିବା ପାଇଁ ଦିନକର ଭଡା ହେଲା ପ୍ରାୟ ୧ ଲକ୍ଷ ୯ ହଜାର ଟଙ୍କା ।
ଠିକ୍‌ ସେହିପରି ଟ୍ଵିଙ୍କଲ ଖାନ୍ନା ପ୍ୟାରିସ୍‌ରେ ଛୁଟି କାଟିବାକୁ ଭଲ ପାଆନ୍ତି । ସେ ଏଠାରେ ଥିବା ସେଣ୍ଟ୍‌ ଜର୍ମାନ୍‌ ଡେସ ପ୍ରେସ୍‌ ସ୍ଥିତ ଚାର୍ଟିଙ୍ଗ୍‌ ଆପାର୍ଟମେଣ୍ଟରେ ରହିଥାନ୍ତି । ସେଠାରେ ଦୁଇଟି ବେଡରୁମ୍‌ , ଗାର୍ଡେନ ଓ ବିଉଟିଫୁଲ ଭ୍ୟୁ ରହିଛି । ଏଠାରେ ରହିବା ଲାଗି ଦୈନିକ ପ୍ରାୟ ୩୨ ହଜାର ଟଙ୍କା ଦେବାକୁ ପଡିଥାଏ ।

photo-amarujala

ମନ୍ଦିରା ବେଦୀ ଶ୍ରୀଲଙ୍କାରେ ଛୁଟି ବିତାଇବାକୁ ପସନ୍ଦ କରନ୍ତି । ଏଠାରେ ସେ ମ୍ୟାନ୍‌ଗ୍ରୋଭ୍‌ ହୋଟେଲ୍‌ରେ ରହନ୍ତି । ଏଠାରେ ରହିଲେ ଦୈନିକ ୨୬ ହଜାର ଟଙ୍କା ଭଡା ହେବାକୁ ପଡ଼ିଥାଏ ।
ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏତଦ୍‌ବ୍ୟତୀତ ବେତୁଲ୍‌ ବିଚ୍‌, ବାଗ୍‌ ମାଲୋ ବିଚ୍‌, ବେନୋଲିମ୍‌ ବିଚ୍‌ ମଧ୍ୟ ଖୁବ୍‌ ଆକର୍ଷଣୀୟ ।

ସମ୍ବନ୍ଧିତ ଖବର