ପୁଲିସକୁ  ଦେଖାଇଲେ ନକଲି  ବନ୍ଧୁକ , ପୁଲିସ ଗୁଳିରେ ଟଳିପଡ଼ିଲେ ଅଭିନେତ୍ରୀ

ଲସଏଞ୍ଜେଲସ୍‌: ଜଣେ ଅଭିନେତ୍ରୀ ପୁଲିସକୁ ନକଲି  ବନ୍ଧୁକ ଦେଖାଇ ଆକ୍ରମଣ କରିବା ସମୟରେ ପୁଲିସ ଗୁଳିରେ ମୃତ ଅପରାଧୀ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଅଭିନେତ୍ରୀ ଜଣକ ‘ଷ୍ଟାଣ୍ଡ ଆଣ୍ଡ୍‌ ଡେଲିଭର୍‌’ ନାମକ ଏକ ହଲିଉଡ୍‌ ଫିଲ୍ମରେ ଅଭିନୟ କରିଥିଲେ। ସେ ଏକ ଟିଭି ମେଡିକାଲ୍‌ ଡ୍ରାମା ‘ଇଆର୍‌’ରେ ବି ଅଭିନୟ କରିଥିଲେ। ଏହି ଅଭିନେତ୍ରୀଙ୍କ ନାଆଁ ହେଲା ଭାନେସା ମାର୍କେଜ୍‌। ଦକ୍ଷିଣ କାଲିଫର୍ଣ୍ଣିଆରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାନେସା ମାର୍କେନ୍‌ଙ୍କ ମୃତ୍ୟୁ ବେଳକୁ ୪୯ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ ମାନସିକ ବ୍ୟାଧିରେ ପୀଡିତା ଥିବା ମଧ୍ୟ ପୁଲିସ କହିଛି। ପୁଲିସ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ମାର୍କେଜ୍‌ଙ୍କ ହାତରେ ଥିବା ବନ୍ଧୁକଟି ସତ ବନ୍ଧୁକ ଭଳି ଦିଶୁଥିଲା। ସେମାନେ ତାଙ୍କୁ ବୁଝାଇବା ବେଳେ ପ୍ରତି ଆକ୍ରମଣର ଅଭିନୟ କରିଥିଲେ ମାର୍କେଜ୍‌। ଫଳରେ ତାଙ୍କୁ ଗୁଳି କରାଯାଇଥିଲା।

ମାର୍କେଜ୍‌ଙ୍କର ଜଣେ ବନ୍ଧୁ କହିଛନ୍ତି ତାଙ୍କର ଆର୍ଥିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା, ମାତ୍ର ମାନସିକ ଅବସାଦ ଭଳି ଅବସ୍ଥା ନଥିଲା। ମାର୍କେଜ୍‌ ଓସ୍କାର ବିଜୟିନୀ ହେବାର ସ୍ୱପ୍ନ ଦେଖୁଥିଲେ। ସେ ଆତ୍ମହତ୍ୟା କରିବା ଭଳି ମହିଳା ନ ଥିଲେ ବୋଲି ଉକ୍ତ ସାଙ୍ଗ କାନୋଟ୍‌ କହିଛନ୍ତି।

୨୦୧୪ରେ ମାର୍କେଜ୍‌ ହଲିଉଡରେ ଶାରୀରିକ ଶୋଷଣର ଅଭିଯୋଗ ଆଣିବା ପରେ ଚର୍ଚ୍ଚାକୁ ଆସିଥିଲେ। ଜଜ୍‌ର୍ କ୍ଲୁନି ତାଙ୍କୁ ହଲିଉଡରୁ କଳା ତାଲିକାଭୁକ୍ତ ହେବାରୁ ରକ୍ଷା କରିଥିଲେ। ସେ ସମୟରେ ଟୁଇଟ୍‌ କରି ମଧ୍ୟ ଚର୍ଚ୍ଚିତା ହୋଇଥିଲା।

 

ସମ୍ବନ୍ଧିତ ଖବର