କୌଣସି ଫିଲ୍ମ ନ କରି କୋଟି କୋଟି ଟଙ୍କା ଆୟ କରୁଛନ୍ତି ରାକ୍ଷୀ, ଜାଣନ୍ତୁ ତାଙ୍କର ଅସଲ ନାଁ ଓ ସମ୍ପତ୍ତି କେତେ?
ମୁମ୍ବାଇ : ବଲିଉଡ୍ର ବିବାଦୀୟ ଅଭିନେତ୍ରୀ ଭାବେ ଜଣାଶୁଣା ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ହାତରେ ମେହେନ୍ଦି ଲଗାଇବା ସହ ବଧୂ ବେଶରେ ସଜ ହୋଇଥିଲେ ରାକ୍ଷୀ । ଫଟୋ ଭାଇରାଲ ହେବା ପରେ ସେ ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରି ନେଇଥିବା ନେଇ କହିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ସେ ନିଜ ସ୍ୱାମୀଙ୍କୁ ସାମ୍ନାକୁ ଆଣି ନଥିବା ବେଳେ ସତରେ ସେ ବିବାହ କରିଛନ୍ତି କି ନାହିଁ, ତାହା ଏବେ ସନ୍ଦେହ ଘେରରେ ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କୌଣସି ଫିଲ୍ମରେ ଏବେ କାମ କରୁ ନଥିବା ରାକ୍ଷୀ ସାଓ୍ଵନ୍ତ, କେତେ କୋଟି ଟଙ୍କାର ମାଲିକାଣୀ ତାହା ଜାଣିଛନ୍ତି କି? ଇଣ୍ଟରନେଟ୍ରେ ଉପସ୍ଥିତ ଥିବା ସୂଚନାନୁସାରେ, ରାକ୍ଷୀ ୩୫କୋଟି ଟଙ୍କାର ମାଲିକାଣୀ । ରାକ୍ଷୀଙ୍କ ପାଖରେ ପ୍ରାୟ ୨୧.୬ଲକ୍ଷ ଟଙ୍କାର କାର୍ ରହିଛି । ୭ଲକ୍ଷ ଟଙ୍କାର ଅଳଙ୍କାର ରଖିବା ସହ ମୁମ୍ବାଇରେ ୧୧କୋଟି ଟଙ୍କାର ୨ଟି ଫ୍ଲାଟ୍ ଓ ୨ଟି ଅଫିସ ରହିଛି । ଏହା ସହ ତାଙ୍କର ଅସଲ ନାଁ ନୀରୁ ଭେଡା ବୋଲି ଜଣା ପଡ଼ିଛି ।