ବାଣୀଙ୍କୁ ମିଳିଲା ରିତିକ୍‌ଙ୍କ ସାଥ୍‌!

ବଲିଉଡ ସୁପରଷ୍ଟାର୍‌ ରିତିକ୍‌ ରୋଶନ୍‌ ଏଇ ନିକଟରେ ଏକ ନୂଆ ସିନେମା ସାଇନ୍‌ କରିଥିବା କୁହାଯାଉଛି । ଏହାର ପ୍ରଯୋଜନା କରୁଛନ୍ତି ଆଦିତ୍ୟ ଚୋପ୍ରା। ଏହି ନାମକରଣ ହୋଇନଥିବା ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସିଦ୍ଧାର୍ଥ ଆନନ୍ଦ। ସେ ପୂର୍ବରୁ ରିତିକ୍‌ ରୋଶନଙ୍କୁ ନେଇ ‘ବ୍ୟାଙ୍ଗ ବ୍ୟାଙ୍ଗ୍‌’ ଟାଇଟଲରେ ଏକ ସିନେମା ତିଆରି କରିଥିଲେ।

ଏହି ସିନେମାରେ ରିତିକ୍‌ ରୋଶନଙ୍କ ବିପକ୍ଷରେ ନାୟିକା ସାଜିବେ ବାଣୀ କପୁର। ବାଣୀଙ୍କୁ ପୂର୍ବରୁ ଦର୍ଶକ ‘ବେଫିକ୍ରେ’ ସିନେମାରେ ରଣବୀର ସିଂହଙ୍କ ବିପକ୍ଷରେ ନାୟିକା ବନିଥିଲେ। ଏଥିରେ ତାଙ୍କର ଚୁମ୍ବନ ଦୃଶ୍ୟ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଏହି ନୂଆ ସିନେମାରେ ଦେଖା ଦେବେ ପ୍ରଥମ ଥର ପାଇଁ ରିତିକଙ୍କ ବପକ୍ଷରେ। ଏହା ଏକ ଆକସନ୍‌ ମୁଭି ବୋଲି ଜଣାଯାଇଛି। ଏହି ସିନେମାରେ ଟାଇଗର୍‌ ଶ୍ରଫ୍‌ ବି ଦେଖା ଦେବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ସମ୍ବନ୍ଧିତ ଖବର