ପ୍ରାଚୀ ଦେଶାଇ କାହାର ଦିଓ୍ଵାନୀ ?

ମୁମ୍ବାଇ: ବଲିଉଡରେ ବିଶେଷ ସଫଳତା ପାଇ ନଥିଲେ ବି ପ୍ରାଚୀ ଦେଶାଇ ଏକ ଜଣାଶୁଣା ନାଆଁ। ସେ ଛୋଟ ପରଦାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପ୍ରଖ୍ୟାତ ନିର୍ମାତ୍ରୀ ଏକତା କପୁର ତାଙ୍କୁ ଉଭୟ ଛୋଟ ପରଦା ଏବଂ ବଡ଼ ପରଦାରେ ବ୍ରେକ୍‌ ଦେଇଥିଲେ। ଆଜିକାଲି ତାଙ୍କୁ ଆଉ ଛୋଟ ପରଦା ରେ ଦେଖିବାକୁ ମିଳୁ ନାହିଁ । ପ୍ରାଚୀ ଦେଶାଇ ଗତ କିଛି ବର୍ଷ ହେବ ବଡ ପରଦାରେ ସକ୍ରିୟ ଅଛନ୍ତି । କିନ୍ତୁ ତାଙ୍କର ସିନେମା ସଂଖ୍ୟା କମ୍‌। ତାଙ୍କୁ ଇତିମଧ୍ୟରେ ‘ ଓ୍ଵାନସ୍‌ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ବୋଲ୍‌ ବଚ୍ଚନ, ରକ୍‌ ଅନ୍‌, ଆଇ ମି ଔର ମେଁ ଭଳି ଲୋକପ୍ରିୟ ସିନେମାରେ ହିରୋଇନ୍‌ ଭାବେ ଦେଖିଛନ୍ତି ସିନେ ପ୍ରେମୀ ।

ତେବେ ଆପଣ ଜାଣନ୍ତି ପିଲାଦିନେ ପ୍ରାଚୀ କାହାର ଦିଓ୍ଵାନୀ ଥିଲେ ?

photo-easterneye.eu

ପ୍ରାଚୀ ଦେଶାଇ ସ୍କୁଲରେ ପଢୁଥିବା ବେଳେ ଶାହିଦ୍‌ କପୁରଙ୍କ ଦିଓ୍ଵାନୀ ହୋଇଯାଇଥିଲେ, ହେଲେ ଟେଲି ଆକ୍ଟ୍ରେସ୍‌ ହେବା ପରେ ତାଙ୍କର ପ୍ରିୟ ନାୟକ ବନି ଯାଇଥିଲେ ରିତିକ୍‌ ରୋଶନ୍‌ । ଅର୍ଥାତ୍‌ ସେ ରିତିକ୍‌ଙ୍କର ଏବେ ବି ଦିଓ୍ଵାନୀ।ରିତିକଙ୍କ ସହିତ ହିରୋଇନ୍‌ ହେବା ତାଙ୍କର ଏକ ସ୍ୱପ୍ନ ବୋଲି କହନ୍ତି ପ୍ରାଚୀ ଦେଶାଇ । ଦେଖାଯାଉ ତାଙ୍କର ଏହି ସ୍ୱପ୍ନ କେବେ ପୂରଣ ହେଉଛି । ଏଠାରେ ସୂଚନାଯୋଗ୍ୟ ଯେ ‘ଓ୍ଵାନସ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ରେ ପ୍ରାଚୀ ବନିଥିଲେ ଇମ୍ରାନ୍‌ ହାସମୀଙ୍କ ନାୟିକା । ଠିକ୍‌ ସେହିପରି ‘ ବୋଲ ବଚ୍ଚନ’ରେ ଅଭିଷେକ ବଚ୍ଚନ ଓ ‘ ରକ୍‌ ଅନ୍‌’ରେ ଫରହାନ୍‌ ଅଖତରଙ୍କ ସହ କାମ କରିଥଲେ ଏହି ବଲିଉଡ୍‌ ନାୟିକା ।

ସମ୍ବନ୍ଧିତ ଖବର