ପ୍ରଥମ ଥର ପାଇଁ ଏହି ଫିଲ୍ମରେ ସାଥୀରେ ନଜର ଆସିବେ ରିତିକ୍‌-ଦୀପିକା

ମୁମ୍ବାଇ : ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନ ଏବେ ନିଜର ଫିଲ୍ମ ସୁପର-୩୦କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଟି ଜୁଲାଇ ୧୨ରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏବେ ଆଉ ଏକ ଖବର ପାଇଁ ଚର୍ଚ୍ଚାରେ ରିତିକ୍‌ । ପ୍ରଥମ ଥର ପାଇଁ ତାଙ୍କର ଯୋଡ଼ି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ବନିବାକୁ ଯାଉଥିବା ଜଣା ପଡ଼ିଛି ।

businessofcinema.com

ମିଳିଥିବା ରିପୋର୍ଟ ମୁତାବକ, ଦୁହେଁ ଫରାହ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ନଜର ଆସିବେ । ଏହାର ପ୍ରଯୋଜନା ଦାୟିତ୍ୱରେ ରୋହିତ ସେଟ୍ଟୀ ଥିବା ବେଳେ ଅନେକ ଷ୍ଟାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଶେଷରେ ରିତିକ୍‌ଙ୍କୁ ଫାଇନାଲ କରିଛନ୍ତି ଫାରହା । ପୂର୍ବରୁ ଶାହାରୁଖ, ସଲମାନ ଏବଂ ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମ ଅଫର କରାଯାଇଥିବା ନେଇ ଖବର ମିଳିଥିଲା । କିନ୍ତୁ ଏବେ ଫାରହା ରିତିକ୍‌ ଏବଂ ଦୀପିକାଙ୍କୁ କାଷ୍ଟ କରିବେ ବୋଲି ଜଣା ପଡ଼ିଛି । ଯଦି ଖବର ସତ ହୁଏ, ତେବେ ଦର୍ଶକ ନୂଆ ଯୋଡ଼ିକୁ ସାଥୀରେ ଦେଖିବାର ସୁଯୋଗ ପାଇବେ ।

ସମ୍ବନ୍ଧିତ ଖବର