ରିଲିଜର ୪୦ଦିନ ପରେ ‘ତାନାଜୀ’ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ ବଲିଉଡ୍ ଅଭିନେତା ରିତିକ୍ ରୋଶନ

ମୁମ୍ବାଇ: ୪୦ଦିନ ପୂର୍ବରୁ ସାରା ଦେଶରେ ରିଲିଜ୍ ହୋଇଥିଲା ଫିଲ୍ମ ‘ତାନାଜୀ’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ଅଜୟ ଦେବଗନ୍, ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କାଜୋଲ। ଫିଲ୍ମଟି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ‘ଛପାକ୍’ ଫିଲ୍ମ ସହ ରିଲିଜ୍ ହୋଇଥିବା ବେଳେ କଡ଼ା ଟକ୍କର ଦେଇଥିଲା। ବକ୍ସ ଅଫିସରେ ଫିଲ୍ମ ତାନାଜୀ ଭଲ ବ୍ୟବସାୟ କରିଥିବା ବେଳେ ଏବେ ବଲିଉଡ୍ ଅଭିନେତା ରିତିକ୍ ରୋଶନ ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

୪୦ଦିନ ପ‌ରେ ଫିଲ୍ମ ଦେଖିବା ସହ ସେ ଟୁଇଟ୍ କରି ଫିିଲ୍ମର ପ୍ରଶଂସା କରିଛନ୍ତି। ଟୁଇଟରେ ଲେଖାଯାଇଛି କି, ମୁଁ ଏବେ ତାନାଜୀ ଦେଖିଲି। ଫିଲ୍ମରେ ଥିବା ଆକ୍ସନ ଦୃଶ୍ୟ ପୂର୍ବରୁ କୌଣସି ଫିଲ୍ମରେ ମୁଁ ଦେଖି ନାହିଁ। ଏଥିରେ କାଜୋଲ ଏବଂ ଅଜୟ ଖୁବ୍ ଭଲ ଅଭିନୟ କରିଛନ୍ତି, ସୈଫଙ୍କ ଅଭିନୟ ମୋତେ ବହୁତ ପସନ୍ଦ ଆସିଲା। ଫିଲ୍ମର ସବୁ ସଦସ୍ୟଙ୍କୁ ଏଭଳି କାମ ପାଇଁ ସମ୍ମାନ ଏବଂ ପ୍ରଶଂସା ମିଳିବା ଦରକାର।

ରିତିକଙ୍କ ଏଭଳି ପ୍ରଶଂସା ପରେ ଅଜୟ ତାଙ୍କ ଟୁଇଟର ଜବାବ ରଖି ଲେଖିଛନ୍ତି କି, ଫିଲ୍ମକୁ ଏତେ ଭଲ ପାଇବା ଦେଇଥିବାରୁ ଏବଂ ପ୍ରଶଂସା କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ଫିଲ୍ମକୁ ଦେଖି ଏତେ ପ୍ରଭାବିତ ହେଲେ ବୋଲି ଜାଣି ମୁଁ ବହୁତ ଖୁସି।

ସମ୍ବନ୍ଧିତ ଖବର