ମହିଳାଙ୍କ ଆତ୍ମରତିକୁ ନେଇ ଭିଡିଓ ଭାଇରାଲ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ହ୍ରିତିକ

ନୂଆଦିଲ୍ଲୀ: ସର୍ଟ ସିନେମା ‘ଲଷ୍ଟ ଷ୍ଟୋରିଜ’କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏଥିରେ ଥିବା ସମସ୍ତ କଳାକାରମାନେ ବୋଲଡ୍‌ ଅନ୍ଦାଜରେ ନଜର ଆସିବା ସହିତ ଜୀବନ୍ତ ଅଭିନୟ ବି କରିଥିଲେ। ‘ଲଷ୍ଟ ଷ୍ଟୋରିଜ’କୁ ଏଯାବତ୍‌ ଦର୍ଶକ ଅନେକଥର ମଧ୍ୟ ଦେଖି ସାରିଛନ୍ତି। ଏହି ସିନେମାର କାହାଣୀ ମହିଳାଙ୍କ ସେକ୍‌ସ୍‌ ଡିଜାୟର ଉପରେ ଆଧାରିତ। ସିନେମାଟି ଯୌନ ଇଚ୍ଛା ରଖୁଥିବା ଚାରିଜଣ ମହିଳାଙ୍କ କାହାଣୀ ଉପରେ ଆଧାରିତ।

ତେବେ ଏହି ସିନେମାର ଏକ ଦୃଶ୍ୟରେ ଷ୍ଟାଣ୍ଡଅଫ୍‌ କମେଡିୟାନ୍‌ ସୁମୁଖି ସୁରେଶ ବି ନଜର ଆସିଥିଲେ । ତେବେ ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି।  ଗୋଟିଏ ମିନିଟର ଏହି ଭିଡିଓ କ୍ଲିପ୍‌ ସୁମୁଖି ମହିଳାମାନଙ୍କ ସେକ୍ସସୁଆଲ ଡିଜାୟାର୍‌ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ତେବେ ମହିଳାମାନଙ୍କ ଆତ୍ମରତିକୁ ନେଇ ହ୍ରିତିକି ରୋଶନ୍‌କୁ ଏକ ଟୁଇଟରେ ଟ୍ୟାଗ କରାଯାଇଥିଲା କି କ’ଣ ସେ ଏହି ଭିଡିଓ ଦେଖିଛନ୍ତି? ହ୍ରିତିକି ଏହି ଟୁଇଟ ଉତ୍ତର ଦେଇ କହିଥିଲେ, ହଁ ‘ଲଷ୍ଟ ଷ୍ଟୋରିଜ’ ମୋ ପାଖରେ ଅଛି ଏବଂ ମୁଁ ଏହାକୁ ଦେଖିଛି ମଧ୍ୟ, ଅବଶ୍ୟ ଏହା ବହୁତ ଲଜ୍ଜାଜନକ କିନ୍ତୁ ଅନ୍ୟପକ୍ଷରେ ବାସ୍ତବତାକୁ ବି ଦର୍ଶାଇଛି।

 

ସମ୍ବନ୍ଧିତ ଖବର