ମୁମ୍ବାଇର ଶିବ ମନ୍ଦିରରେ ରୋଶନ ପରିବାର ସହ ମିଶି ପୂଜାର୍ଚ୍ଚନା କଲେ ହ୍ରତିକ୍‌ଙ୍କ ପତ୍ନୀ ସୁଜାନେ

ମୁମ୍ବାଇ: ଆଜି ମହାଶିବରାତ୍ରୀ। ଆଜିର ପବିତ୍ର ଦିନରେ ମୁମ୍ବାଇର ଏକ ଶିବ ମନ୍ଦିରରେ ଏକାଠି ପୂଜାର୍ଚ୍ଚନା କରିଛନ୍ତି ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ରୋଶନ ଓ ତାଙ୍କର ପୂରା ପରିବାର। ବାପା ରାକେଶ ରୋଶନ, ମାଆ ପିଙ୍କି ରୋଶନ, ପୂୂର୍ବତନ ପତ୍ନୀ ସୁଜାନେ, ଦୁଇ ପିଲା ରେହାନ ଏବଂ ରିଦାନଙ୍କ ସହ ଶିବ ମନ୍ଦିରରେ ଏକତ୍ର ନଜର ଆସିଛନ୍ତି ପୂରା ରୋଶନ ପରିବାର।

ସେମାନେ ସମସ୍ତେ ମହାଶିବରାତ୍ରି ଅବସରରେ ଶିବଙ୍କୁ ପୂଜା କରିବା ସହ ମନ୍ଦିରରେ ଆଳତୀ ମଧ୍ୟ କରିଛନ୍ତି। ପାନ୍‌ଭେଲ୍‌ରେ ଥିବା ଏହି ଶିବ ମନ୍ଦିରକୁ ରୋଶନ ପରିବାର ପ୍ରତ୍ୟେକ ବର୍ଷ  ପୂଜା ପାଇଁ ଆସିଥାନ୍ତି।

https://zeenews.india.com/

ଆପଣ ଜାଣିଥିବେ ନିଶ୍ଚୟ ଯେ ହ୍ରିତକ୍‌ ଓ ସୁଜାନେଙ୍କର ଛାଡ଼ପତ୍ର ହୋଇସାରିିଛି। ସେମାନେ ଆନୁଷ୍ଠାନିକ ଭା‌ବେ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ ବି ଏବେ ମଧ୍ୟ ସେମାନଙ୍କ ଭିତରେ  ଘନିଷ୍ଠତା ଦେଖିବାକୁ ମିଳେ। ଏବେ ବି ସେମାନେ ପାର୍ଟି-ଉତ୍ସବରେ କିମ୍ବା ପିଲାମାନଙ୍କୁ ନେଇ ବାହାରକୁ ଯିବାବେଳେ ସାଥି ହୋଇ ସମୟ ବିତାଇ ଥାଆନ୍ତି।

ଏହି ଯୋଡ଼ି ୨୦୦୦ ମସିହାରେ ବିବାହ କରି ୨୦୧୪ ମସିହାରେ ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ। ୨୦୧୯ ମସିହାରେ ହ୍ରିତିକ୍‌ ‘ୱାର୍‌’ ଓ ‘ସୁପର୍‌ ୩୦’ ଦୁଇଟି ହିଟ୍‌ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ ଆଗକୁ ଯେ ‘କ୍ରିସ୍‌-୪’ ଚଳଚ୍ଚିତ୍ରରେ ନଜର ଆସିବେ ବୋଲି ଖବର ରହିଛି।

 

ସମ୍ବନ୍ଧିତ ଖବର