ଅଲଗା ହୋଇ ବି ଏକାଠି ହ୍ରିତିକ ଓ ପତ୍ନୀ ସୁଜୈନ!

ମୁମ୍ବାଇ: ହ୍ରିତିକ୍‌ ରୋଶନ ଓ ସୁଜୈନ ଅଲଗା ହୋଇସାରିଛନ୍ତି। କିନ୍ତୁ ଯେବେ ବି ଉଭୟ ସାକ୍ଷାତ କରନ୍ତି, ସେମାନେ ଅଲଗା ହୋଇଥିବା କଥା କେହି ଅନୁଭବ କରିପାରନ୍ତି ନାହିଁ। ଅଲଗା ହେବା ପରେ ମଧ୍ୟ ଆଜି ସେମାନେ ଭଲ ବନ୍ଧୁ। ନିକଟରେ ପୁଣି ଥରେ ଉଭୟେ ଏକାଠି ନଜର ଆସିଛନ୍ତି। ଅଲଗା ହେବା ପରେ ମନାନ୍ତର ଓ ମତାନ୍ତର ହେବା ସ୍ୱାଭାବିକ। କିନ୍ତୁ ଅଲଗା ହେବା ପରେ ମଧ୍ୟ ଉଭୟଙ୍କର ମଧ୍ୟରେ ଆଲୁମିନିକୁ ନେଇ କିମ୍ବା ପିଲାଙ୍କ ଦାୟିତ୍ୱ ନେଇ କେବେ ଝଗଡ଼ା ହୋଇନି।

ଅଲଗା ହେବା ପରେ ଝଗଡ଼ା ଏକ ସାଧାରଣ କଥା। କିନ୍ତୁ ହ୍ରିତିକ ରୋଶନ ଓ ସୁଜୈନଙ୍କ ମଧ୍ୟରେ ଝଗଡ଼ା କେବେ ସାର୍ବଜନୀନ ହୋଇନି। ଅଲଗା ହେବା ପରେ ମଧ୍ୟ ପିଲାଙ୍କ ସହ ପରିବାର ସହ ଉଭୟେ ଏକାଠି ଛୁଟି କାଟିବା ପାଇଁ ଯାଆନ୍ତି। ନିକଟରେ ହ୍ରିତିକ ରୋଶନ, ସୁଜୈନଙ୍କ ଜନ୍ମଦିନ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ନିକଟରେ ମୁମ୍ବାଇରେ ଓପେରା ହାଉସକୁ ଏକ ପ୍ଲେ ଦେଖିବା ପାଇଁ ଉଭୟେ ପହଞ୍ଚିଥିଲେ , ସେତେବେଳେ ବି ଉଭୟ ଉଭୟଙ୍କୁ ଆଲିଙ୍ଗନ କରିଥିଲେ।

ବିଗତ ଦିନରେ କଙ୍ଗନା ରାଣାୱତ ଓ ହ୍ରିତିକ ରୋଶନଙ୍କ ମଧ୍ୟରେ ହୋଇଥିବା ବିବାଦରେ ହ୍ରତିକ ଶେଷ ପର୍ଯ୍ୟନ୍ତ ମୁହଁ ବନ୍ଦ ରଖିଥଲେ। କିନ୍ତୁ ଏହି ବିବାଦରେ ସୁଜୈନ, ହ୍ରିତିକଙ୍କ ସମର୍ଥନ କରିଥିଲେ। ବର୍ତ୍ତମାନ ହ୍ରିତିକ ରୋଶନ ଏକ ବାୟୋପିକ ସିନେମାରେ ବ୍ୟସ୍ତ ଅଛନ୍ତି। ଏହା ପରେ ସେ ଧର୍ମା ପ୍ରଡ଼କ୍ସନ ସହ ଏକ ସିନେମା କରିବେ। ଅନ୍ୟପଟେ ସୁଜୈନ ନିଜର ଇଣ୍ଟେରିୟର ଡିଜାଇନିଂ କାମରେ ବ୍ୟସ୍ତ ଅଛନ୍ତି। ତାଙ୍କୁ ପ୍ରାୟ ଗୌରୀ ଖାନଙ୍କ ସହ ଏକାଠି ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର