ଟିଭି ରିୟାଲିଟି ସୋ’ର ହୋଷ୍ଟ ହୁମାଙ୍କୁ ଡାୟନ୍‌ କହିବାରୁ ରାଗରେ ସୁଟିଂ ଅଧାରୁ ଛାଡ଼ି ଚାଲିଗଲେ ହୁମା କ୍ୟୁରେସି !

ମୁମ୍ବାଇ : ଜି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ଼୍ରାମେବାଜ’ରେ ଏବେ ନୂଆ ନୂଆ କରି ଜଜ୍‌ ବନିଛନ୍ତି ବଲିଉଡ୍‌ ଅଭିନେତ୍ରୀ ହୁମା କ୍ୟୁରେସି । ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ହୁମାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ତେବେ ସୋ’ର ହୋଷ୍ଟଙ୍କ ଉପରେ ରାଗି ହୁମା ଏବେ ସୁଟିଂ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି । ହୋଷ୍ଟ ସାନ୍ତନୁ ମହେଶ୍ୱରୀଙ୍କ କଥାରେ ରାଗି ସେ ସୁଟିଂ ଅଧାରୁ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି । ସବୁ ବେଳେ ସାନ୍ତନୁ ହୁମାଙ୍କ ସହ ଥଟ୍ଟା କରୁଥିବା ବେଳେ ତାଙ୍କୁ ଜଣା ନଥିଲା କି ତାହାର ପରିଣତି କିଛି ଏପରି ହେବ ।

Bollyy

ସୂଚନା ମୁତାବକ, ସୋ’ରେ ସାନ୍ତନୁ ୨୦୧୩ରେ ହୁମାଙ୍କ ଫିଲ୍ମ ‘ଏକ ଥି ଡ଼ାୟନ’ ବିଷୟରେ କହିବା ଆରମ୍ଭ କରିଥିଲେ । ସେ ସେହି ଫିଲ୍ମକୁ ହୁମା କ୍ୟୁରେସି ଥିବାରୁ ୫୦ଥର ଦେଖିଥିଲେ ବୋଲି କହିଥିଲେ । ଏହ ସହ ମଜା ମଜାରେ ହୁମା ସେ ଫିଲ୍ମରେ ଡ଼ାୟନ ଦିଶୁଥିଲେ ବୋଲି କହି ଦେଇଥିଲେ ସାନ୍ତନୁ । ସବୁ ବେଳେ ସାନ୍ତନୁଙ୍କ ଥଟ୍ଟାରେ ହସୁଥିବା ହୁମା ଏ କଥା ଶୁଣି ରାଗି ଯାଇଥିଲେ । ସାନ୍ତନୁଙ୍କ ଏହି କଥା ଶୁଣି ସେ କ୍ରିଏଟିଭ୍‌ ଟିମ୍‌ ପାଖକୁ ଯାଇ ଏଭଳି କଥା ଶୁଣି ସେ ସୁଟିଂ କରି ପାରିବେ ନାହିଁ ବୋଲି କହିଥିଲେ । ଏହା ସହ ସୁଟିଂ ଅଧାରୁ ଛାଡ଼ି ସେ ବାହାରକୁ ଯିବାକୁ ଲାଗିଲେ । ଏହା ଦେଖି ସାନ୍ତନୁ ପୂରା ଡ଼ରି ଯାଇଥିଲେ । କିଛି ସମୟ ପରେ ଜଜ୍‌ ବିବେକ ଓବରୟ ଏବଂ ଓମଙ୍ଗ କୁମାର ହୁମାଙ୍କୁ ନେଇ ପୁଣି ଥରେ ଷ୍ଟେଜ୍‌ରେ ପହଞ୍ଚିଥିଲେ । ଷ୍ଟେଜ୍‌ରେ ପହଞ୍ଚି ୩ ଜଣ ଜୋରରେ ହସିବାକୁ ଲାଗିଥିଲେ । ପରେ ୩ ଜଣ ଜଜ୍‌ ମିଶି ସାନ୍ତନୁଙ୍କ ସହ ଥଟ୍ଟା କରୁଥିବା ଜଣା ପଡ଼ିଥିଲା । ସବୁ ଜାଣି ମଧ୍ୟ କିଛି ସମୟ ପାଇଁ ଚୁପ୍‌ ହୋଇ ଯାଇଥିଲେ ସାନ୍ତନୁ ।

ସମ୍ବନ୍ଧିତ ଖବର