ମୁମ୍ବାଇ : ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ପ୍ରେମ କାହାଣୀ । ପୂର୍ବରୁ ତାଙ୍କ ପ୍ରେମ ଜୀବନକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କ ମନର ମଣିଷ କିଏ? ତାହା ଜଣା ପଡ଼ିଛି । ଫିଲ୍ମ ପତି ପତ୍ନୀ ଔର୍ ଓର ନିର୍ଦ୍ଦେଶକ ମୁଦ୍ଦସର୍ ଅଜିଜ୍ଙ୍କ ସହ ସେ ପ୍ରେମ ସଂପର୍କରେ ଥିବା ନେଇ ସୂଚନା ମିଳିଛି । ଇନ୍ଷ୍ଟାରେ ହୁମା ମୁଦ୍ଦସର୍ଙ୍କ ଫଟୋ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଦେବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି ।
India TVସେ କରିଥିବା ପୋଷ୍ଟରେ ଦୁହିଁଙ୍କ ଫଟୋ ଥିବା ସହ କ୍ୟାପ୍ସନ୍ରେ ଲେଖାଯାଇଛି କି, ତୁମେ ଯାହା କରୁଛ ଓ ତୁମେ ଯେମିତି ମଣିଷ ମୋତେ ବହୁତ ପସନ୍ଦ । ମୁଁ ମୋ ହୃଦୟର ଗଭୀରତାରୁ ପ୍ରାର୍ଥନା କରୁଛି କି ତୁମର ସବୁ ସ୍ୱପ୍ନ ପୁରଣ ହେଉ । ଜନ୍ମଦିନର ଶୁଭେଚ୍ଛା ବାବା । ତୁମ ଜାଣିବାଠାରୁ ମୁଁ ତୁମକୁ ଅଧିକ ଭଲପାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Huma-Q_Feature-740x420.jpg)