କପୁର ପରିବାରେ ଶୀଘ୍ର ବାଜିବାକୁ ଯାଉଛି ସେହେନାଇ! ମହେଶ ଭଟ୍ଟଙ୍କ ପରେ ରଣବୀରଙ୍କୁ ଗ୍ରହଣ କଲେ ମା’ ସୋନି ରାଜ୍‌ଦାନ,ଦେଲେ ଏଭଳି ମତ

ମୁମ୍ବାଇ : କିଛି ମାସ ହେଲାଣି ବଲିଉଡ୍‌ ଅଭିନେତା ରଣବୀର ଏବଂ ଅଭିନେତ୍ରୀ ଆଲିଆଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ସମୟରେ ଦୁହିଁଙ୍କ ପରିବାରକୁ ଏକାଠି ଦେଖାଯାଉଛି । ରଣବୀର ଏବଂ ଆଲିଆ ଦୁହେଁ ଦୁହିଁଙ୍କୁ ଡ଼େଟ୍‌ କରୁଥିବା ନେଇ ସର୍ବସମ୍ମୁଖରେ ମାନି ସାରିଥିବା ବେଳେ ଏବେ ଦୁହିଁଙ୍କ ପରିବାର ସେମାନଙ୍କ ସଂପର୍କକୁ ଆଗକୁୁ ନେବା କଥା ଚିନ୍ତା କରୁଥିବା ଜଣାପଡ଼ିଛି । ପ୍ରଥମରୁ ଦୁହିଁଙ୍କ ସଂପର୍କକୁ ଆଲିଆଙ୍କ ପିତା ମହେଶ ଭଟ୍ଟ ସ୍ୱୀକୃତି ଦେଇ ସାରିଥିବା ବେଳେ ଏବେ ମା’ ସୋନି ରାଜଦାନ ଏ ନେଇ ନିଜର ମତ ରଖିଛନ୍ତି । ଦୁହିଁଙ୍କ ସଂପର୍କକୁ ନେଇ ଦେଇଥିବା ମତରୁ ସେ ରଣବୀରଙ୍କୁ ଗ୍ରହଣ କରି ନେଇଥିବା ଜଣାପଡ଼ିଛି ।

Bollyinside

ତାଙ୍କ କହିବା ଅନୁଯାୟୀ, ପିଲା ହିସାବରେ ରଣବୀର ବହୁତ ଭଲ। ମହେଶ ଭଟ୍ଟ ହୁଅନ୍ତୁ ବା ଋଷି କପୁର ସମସ୍ତଙ୍କୁ ଦୁହିଁଙ୍କ ସଂପର୍କ ବିଷୟରେ ଜଣା । ଆଲିଆ ଖୁବ୍‌ ଭଲ ଭାବରେ ରଣବୀର ଏବଂ ତାଙ୍କ ପରିବାର ଲୋକଙ୍କୁ ଜାଣିଛି ଏବଂ ସମସ୍ତେ ବହୁତ ଭଲ ବୋଲି କହିଥିବା ବେଳେ ତାଙ୍କ କଥାରୁ ସେ ଝିଅର ପସନ୍ଦକୁ ନେଇ ଖୁସିଥିବା ଜଣା ପଡ଼ିଛି । ତେବେ ଦୁହିଁଙ୍କ ପରିବାର ତରଫରୁ ସ୍ୱୀକୃତି ମିଳି ସାରିଥିବା ବେଳେ ଖୁବ୍‌ ଶୀଘ୍ର ଦୁହେଁ ବିବାହ କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର