ଜାଣନ୍ତୁ ଶ୍ରୀଦେବୀ ଓ ଭଗବାନଙ୍କୁ କାହିଁକି ଘୃଣା କରନ୍ତି ବୋଲି କହିଲେ ରାମ ଗୋପାଲ ବର୍ମା

ମୁମ୍ବାଇ : ଶନିବାର ବିଳମ୍ବିତ ରାତିରେ ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ବନି କାପୁର ଓ କନ୍ୟା ଖୁସୀ ଉପସ୍ଥିତ ଥିଲେ। ସେ ଦୁବାଇରେ ମୋହିତ ମରୁହାଙ୍କ ବିବାହଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ତାଙ୍କ ମୃତ୍ୟୁରେ ସାରା ବଲିଉଡ ସ୍ତବ୍ଧ ହୋଇଯାଇଛି।

ତେବେ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀଦେବୀଙ୍କ ମୃତ୍ୟୁକୁ ସେ ଏଯାବତ୍‌ ବିଶ୍ୱାସ କରି ପାରି ନାହାନ୍ତି। ଏହାକୁ ନେଇ ସେ ସୋସିଆଲ ମିଡିଆେୀ ଗୋଟିଏ ପରେ ଗୋଟିଏ ଟୁଇଟ କରି ଶ୍ରୀଦେବୀଙ୍କ ମୃତ୍ୟୁ ପାଇଁ ଭଗବାନଙ୍କୁ ଘୃଣା କରନ୍ତି ବୋଲି କହିଛନ୍ତି।

ବର୍ମା କହନ୍ତି, ଶ୍ରୀଦେବୀଙ୍କୁ ନେଇ ଯାଇଥିବା ହେତୁ ମୁଁ ଭଗବାନଙ୍କୁ ଘୃଣା କରୁଛି। ଆଉ ଶ୍ରୀଦେବୀଙ୍କୁ ଏଥିପାଇଁ ଘୃଣା କରୁଛି ତାଙ୍କୁ ଏଭଳି ଆମ ସମସ୍ତଙ୍କୁ ଛାଡ଼ି ଯିବାର ନଥିଲା।

‘ଶ୍ରୀ ଦେବୀଙ୍କୁ ମୃତ୍ୟୁ ଏକ ସ୍ୱପ୍ନ ଭଳି ଲାଗୁଛି, କିନ୍ତୁ ଏହା ସତ ବୋଲି ମୋତେ ବିଶ୍ୱାସ କରିବାକୁ ପଡ଼ିବ’

‘ଆଇ ହେଟ ଶ୍ରୀ ଦେବୀ’

ଶ୍ରୀଦେବୀଙ୍କୁ ଏଥିପାଇଁ ଘୃଣା କରୁଛି, ‘କି ସେ ଆଜି ମୋର ଆଖି ଖୋଲି ଦେଲେ କାରଣ ମୁଁ ତାଙ୍କୁ ଭଗବାନ ବୋଲି ମାନୁଥିଲି। କିନ୍ତୁ ଶ୍ରୀଦେବୀ ପ୍ରମାଣ କରିଦେଲେ କି ସେ ବି ଜଣେ ମଣିଷ।’

‘ମୁଁ ଏଥିପାଇଁ ବି ଶ୍ରୀଦେବୀଙ୍କୁ ଘୃଣା କରୁଛି କି ତାଙ୍କ ପାଖରେ ଏମିତି ଏକ ହୃଦୟ ଥିଲା, ଯାହା କି କେବଳ ଜୀବତ ରହିବାକୁ ଧଡ଼କୁ ଥିଲା।’

‘ମୁଁ ତାଙ୍କୁ ଏଥିପାଇଁ ବି ଘୃଣା କରେ କି ତାଙ୍କ ପାଖରେ ଏଭଳି ଏକ ହୃଦୟ ଥିଲା ଯାହା କାହା ପାଖରେ ନଥିଲା। କେବଳ ଏତିକି ନୁହେଁ ମୋତେ ଏଥିପାଇଁ ବି ଘୃଣା ଲାଗୁଛି ତାଙ୍କ ମୃତ୍ୟୁ ଖବର ଶୁଣିବା ପାଇଁ ମୁଁ କ’ଣ ଜୀବିତ ଥିଲି।’

ସମ୍ବନ୍ଧିତ ଖବର