ଭାରତ-ପାକ୍‌ ମ୍ୟାଚ ମୈଦାନରେ ବୋବାଲ ମଚାଇଲେ ରଣବୀର ସିଂହ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ପୂରା ବିଶ୍ୱ ଅପେକ୍ଷା କରି ରହିଥିବା ବେଳେ ବଲିଉଡ୍‌ ଅଭିନେତା ରଣବୀର ସିଂହ ଲଣ୍ଡନ ମୈଦାନରେ ବୋବାଲ୍‌ ମଚାଇଛନ୍ତି। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍‌କୁ ଦେଖିବା ପାଇଁ ରଣବୀର ଇଂଲଣ୍ଡର ମଞ୍ଚେଷ୍ଟର୍‌ଠାରେ ପହଞ୍ଚି ମଜା କରୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

 

ରଣବୀର ସେଠାରେ ପହଞ୍ଚି ଆଙ୍କରିଂ ମଧ୍ୟ କରିଥିବାର ନଜର ଆସିଛନ୍ତି। ସେ ସେଠାରେ ରହି ସେଠାକାର ପାଗ ଭଲ ଅଛି ବୋଲି ସୂଚନା ପ୍ରଦାନ କରିଛନ୍ତି। ଭାରତ-ପାକିସ୍ତାନ ମ୍ୟାଚଠାରୁ ବଡ଼ ମ୍ୟାଚ ଆଉ କିଛି ହୋଇନପାରେ ବୋଲି ସେ କହୁଥିବାର ଶୁଣିବାକୁ ମିଳିଛନ୍ତି।

ସମ୍ବନ୍ଧିତ ଖବର