ତୁମେ ପ୍ରଧାନମନ୍ତ୍ରୀ ହେଲେ କେଉଁ ଅଭିନେତ୍ରୀଙ୍କୁ ଗୃହମନ୍ତ୍ରୀ କରିବ? କପିଲଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଲେ କଙ୍ଗନା

ମୁମ୍ବାଇ : ଦୁଇଟି କଥାକୁ ନେଇ ଏବେ ଚର୍ଚ୍ଚାରେ ବଲିଉଡ୍‌ କୁଇନ କଙ୍ଗନା ରାଣାଓ୍ଵତ୍‌ । ପ୍ରଥମେ ନିଜର ଫିଲ୍ମ ଜଜ୍‌ମେଣ୍ଟାଲ ହେ କ୍ୟାକୁ ନେଇ ସେ ଚର୍ଚ୍ଚାରେ ଥିବା ବେଳେ ସାମ୍ବାଦିକମାନଙ୍କ ସହ ତାଙ୍କର ଚାଲିଥିବା ଝଗଡ଼ାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଏତେ ବିବାଦ ମଧ୍ୟରେ ମଧ୍ୟ ନିଜ କାମ କରି ଚାଲିଛନ୍ତି କଙ୍ଗନା । ବିଭିନ୍ନ ସୋ’କୁ ଯାଇ ନିଜ ଫିଲ୍ମର ପ୍ରମୋସନ କରିବାରେ କଙ୍ଗନା ଲାଗି ପଡ଼ିଛନ୍ତି ।

ସୂଚନା ମୁତାବକ, କିଛି ଦିନ ତଳେ କପିଲଙ୍କ କମେଡି ସୋ’କୁ ନିଜ ଫିଲ୍ମର ପ୍ରମୋସନ ପାଇଁ ପହଞ୍ଚିଥିଲେ କଙ୍ଗନା । ଯେଉଁଠି କପିଲ ତାଙ୍କୁ, ତୁମେ ବଲିଉଡ୍‌ର ପ୍ରଧାନମନ୍ତ୍ରୀ ହେଲେ କାହାକୁ ଗୃହମନ୍ତ୍ରୀ ରଖିବ ବୋଲି ପଚାରିଥିଲେ । ଏହାର ଉତ୍ତର ରଖି ତୁରନ୍ତ କରୀନାଙ୍କ ନାଁ ନେଇଥିଲେ କଙ୍ଗନା । କରୀନାଙ୍କ ପ୍ରଶଂସା କରି, ସେ ଖୁବ୍‌ ଭଲ ଭାବରେ ନିଜ ଘର, ନିଜ ସ୍ୱାମୀ, ନିଜ କାମ, ନିଜ ପୁଅ ଏବଂ ନିଜ ପେଶାଦାର ଜୀବନକୁ ସମ୍ଭାଳିଛନ୍ତି । ମୋତେ ଲାଗୁନି କି ତାଙ୍କ ଠାରୁ ଭଲ ଭାବରେ ଆଉ କିଏ କରି ପାରିବ । ସେ ଆମାମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ କଙ୍ଗନା ।

oneindia.com
ସମ୍ବନ୍ଧିତ ଖବର