ଆଇଫା ୨୦୧୮ରେ ଅଭିନେତା ଅନୁପମ୍‌ ଖେର୍‌ଙ୍କୁ ଦିଆଯିବ ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ’ ପୁରସ୍କାର

ମୁମ୍ବାଇ: ବଲିଉଡ୍‌ର ଶ୍ରେଷ୍ଠ କଳାକାରମାନଙ୍କ ମଧ୍ୟରେ ଅନୁପମ୍‌ ଖେର୍‌ ଗଣାଯାଆନ୍ତି । ତାଙ୍କ ଅଭିନୟର ଜାଦୁ ବଲିଉଡ୍‌ର ବିଭିନ୍ନ ନୂଆ ପୁରୁଣା ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ପୁଣିଥରେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଅନୁପମ୍‌ । କାରଣ ଆଇଫା ଆଓ୍ଵାର୍ଡ଼ ୨୦୧୮ରେ ଅଭିନେତା ଅନୁପମ୍‌ ଖେର୍‌ଙ୍କୁ ଲାଇଫ୍‌ ଟାଇମ୍‌ ଆଓ୍ଵାର୍ଡ଼ରେ ସମ୍ମାନୀତ କରାଯିବା ପାଇଁ ନଷ୍ପତ୍ତି ନିଆଯାଇଛି।
ଚଳିତ ବର୍ଷର ଆଇଫା ଆଓ୍ଵାର୍ଡ଼ ୨୪ ଜୁନ୍‌ରେ ବ୍ୟାଙ୍କକ୍‌ରେ ଆୟୋଜିତ ହେବାକୁ ଥିବା ବେଳେ ଅନୁପମ୍‌ଙ୍କୁ ଏଥିରେ ସମ୍ମାନିତ କରାଯିବ ବୋଲି ଶୁଣାଯାଉଛି। ଅନୁପମ୍‌ଙ୍କୁ ବର୍ତ୍ତମାନ ୬୩ ବର୍ଷ ହୋଇଥିବା ବେଳେ ସେ ବହୁତ ଭଲ ଭଲ ଚଳଚ୍ଚିତ୍ର ସମେତ ମୋଟ ୫୦୦ଟି ଚଳଚ୍ଚିତ୍ରରେ ଅଭିୟ କରିସାରିଲେଣି । ଅନୁପମ୍‌ ବିଗତ ୩୫ ବର୍ଷ ହେବ ବଲିଉଡ୍‌ରେ ନିଜ ଅଭିନୟର ଜାଦୁ ଚଳାଇ ଆସୁଛନ୍ତି ।

hindustantimes.com

ପୁରସ୍କାର ଗ୍ରହଣ ବିଷୟରେ ଅନୁପମ୍‌ କହିଛନ୍ତି , ମୁଁ ଏତେ ବଷ ର୍ ହେବ ବଲିଉଡ୍‌ ସହ ଜଡ଼ିତ ହୋଇ ରହିଛି। ଚଳିତ ବଷ ର୍ ପାଇଁ ମତେ ଆଇଫାରେ ଲାଇଫ୍‌ ଟାଇମ୍‌ ଆଓ୍ଵାର୍ଡ଼ ଦେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ମୁଁ ମୋର ଜୀବନ ଅଭିନୟକୁ ସର୍ମପିତ କରିବା ସହ ଆଗକୁ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ କରିବି ବୋଲି ଆଶା ରଖିଛି।

ସମ୍ବନ୍ଧିତ ଖବର