ଆଇଫା ପୁରସ୍କାର- ୨୦୧୯ : ଶ୍ରେଷ୍ଠ ଅଭିନେତା ରଣବୀର ସିଂହ, ଶ୍ରେଷ୍ଠ ଅଭିନେତ୍ରୀ ଆଲିୟା ଭଟ୍ଟ

୨୦ତମ ଇଣ୍ଟର୍‌ନେସ୍‌ନାଲ୍‌ ଇଣ୍ତିଆନ୍‌ ଫିଲ୍ମ ଆଵାର୍ଡ‌୍‌ -୨୦୧୯ର ପୁରସ୍କାର ପ୍ରଦାନ ସମାରୋହ ମୁମ୍ବଈରେ ଅନୁଷ୍ଠିତ ହୋଇଯାଇଛି। ‘ପଦ୍ମାବତ’ ଫିଲ୍ମ ପାଇଁ ରଣବୀର ସି˚ହ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି ‘ରାଜୀ’ ଏବ˚ ଏହାର ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ‘ଅନ୍ଧାଧୂନ’ ଫିଲ୍ମର କାହାଣୀ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଏହାର ନିର୍ଦେଶକ ଶ୍ରୀରାମ ରାଘବାନଙ୍କୁ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର ମିଳିଛି। ଅଦିତି ରାଓ ହୈଦରୀ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଏବ˚ ବିକ୍କୀ କୌଶଲ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ‘ଧଡ଼କ’ ଓ ‘କେଦାରନାଥ’ ଫିଲ୍ମରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଇଶାନ ଖଟ୍ଟର ଏବ˚ ସାରା ଅଲ୍ଲୀ ଖାନ ଯଥାକ୍ରମେ ଶ୍ରେଷ୍ଠ ନବାଗତ ଓ ନବାଗତା ଭାବେ ସମ୍ମାନିତ ହୋଇଛନ୍ତି। ଦୀପିକା ପାଦୁକୋଣଙ୍କୁ ସ୍ବତନ୍ତ୍ର ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା। ପ୍ରବଳ ବର୍ଷା ସ‌େତ୍ତ୍ବ ବଲିଉଡ୍‌ର ଅଧିକା˚ଶ କଳାକାର ଏହି ର˚ଗାରଙ୍ଗ ଉତ୍ସବରେ ସାମିଲ ହୋଇ ଗ୍ରିନ୍‌ କାର୍ପେଟ୍‌ରେ ଚାଲିଥିଲେ।

ସମ୍ବନ୍ଧିତ ଖବର