ସାମ୍ବାଦିକଙ୍କ ଉପରେ ରାଗିଗଲେ ଇଲିଆନା ,ଜାଣନ୍ତୁ କ’ଣ କହିଲେ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଇଲିଆନା ଡିକ୍ରୁଜ ଏବେ ତାଙ୍କର ଅପକମିଂ ସିନେମା ‘ରେଡ୍‌’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ ତାଙ୍କ ଫିଲ୍ମର ଟିମ୍‌ ସହିତ ‘ରେଡ୍‌’ର ପ୍ରମୋସନ କରୁଥିବା ବେଳେ ସେଠାରେ ଉପସ୍ଥିତ ଜଣେ ସାମ୍ବାଦିକ ସମସ୍ତଙ୍କର ପରିଚୟ କରାଇଥିଲେ। ସେ ନାୟକ ଅଜୟ ଦେବଗନଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ରାଜ କୁମାର ଗୁପ୍ତାଙ୍କ ଯାଏଁ ସମସ୍ତଙ୍କ ନାମ ଠିକ୍‌ ଭାବେ କହିଲେ ହେଲେ ଇଲିଆନା ଡିକ୍ରୁଜଙ୍କୁ ଇଲିଆନା ଡିସୁଜା ନାଆଁରେ ପରିଚିତ କରାଇଥିଲେ। ଏହା ଥରେ ନୁହେଁ ତିନି ତିନି ଥର ହେଲା।

photo-deccanchronicle

ଏଥିରେ ରାଗି ଗଲେ ଇଲିଆନା। ସେ ସାମ୍ବାଦିକଙ୍କ ଉପରେ ରାଗିଯାଇ କହିଲେ ଆପଣ ଘରୁ ଠିକ୍‌ ଭାବେ ହୋମ୍‌ ଓ୍ଵାର୍କ କରି ଆସିବା ଉଚିତ। କାହାର ନାଆଁ କ’ଣ ଆଉ ଆପଣ କହୁଛନ୍ତି କ’ଣ ? ଏଠାରେ ସୂଚନାଯୋଗ୍ୟ ଯେ ‘ରେଡ୍‌’ ଏଇ ୧୬ ତାରିଖରେ ରିଲିଜ୍‌ ହେଉଛି।

ସମ୍ବନ୍ଧିତ ଖବର