ଇଲିଆନାଙ୍କ ଚାଞ୍ଚଲ୍ୟକର ଖୁଲାସା : ମୁଁ ନିଦରେ ଚାଲେ, ସକାଳୁ ଉଠିବା ପରେ ଶରୀରରେ ଅନେକ ଆଘାତର ଚିହ୍ନ ଦେଖୁଛି

ମୁମ୍ବାଇ : ଏଇ କିଛି ଦିନ ହେବ ଫିଲ୍ମ ଅପେକ୍ଷା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ । କିଛି ଦିନ ତଳେ ଇଲିଆନା ନିଜ ପ୍ରେମିକଙ୍କଠାରୁ ଅଲଗା ହୋଇ ଯାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏବେ ସେ କରିଥିବା ଟୁଇଟ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଇଲିଆନା ନିଦରେ ଚାଲନ୍ତି ବୋଲି ଟୁଇଟ୍‌ କରିବା ସହ ସକାଳୁ ଉଠିବା ପରେ ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିବାର ସେ ଦେଖନ୍ତି ବୋଲି ଲେଖିଛନ୍ତି ।

ଇଲିଆନା କରିଥିବା ଟୁଇଟ୍‌ରେ ଲେଖିଛନ୍ତି, ଏବେ ମୁଁ ଏହି କଥାକୁ ମାନି ନେଇଛି କି ମୁଁ ନିଦରେ ଚାଲେ । କାରଣ ସକାଳୁ ଉଠିବା ପରେ ମୋ ଗୋଡ଼ରେ ଥିବା ଆଘାତର ଅନ୍ୟ କୌଣସି କାରଣ ହୋଇ ନ ପାରେ । ତେବେ ଇଲିଆନାଙ୍କ ଏଭଳି ଟୁଇଟ୍‌ ପରେ ଲୋକେ ତାଙ୍କୁ ପ୍ରକୃତ କାରଣ ଜାଣିବା ପାଇଁ ନିଜ ଘରେ ସିସିଟିଭି ଲଗାଇବାକୁ ଉପଦେଶ ଦେବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର