ଆଶ୍ଚର୍ଯ୍ୟ କଲା ଭଳି ଟୁଇଟ୍‌ କଲେ ଅଭିନେତା ଅଲ୍ଲୀ ଜଫର: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାରତକୁ ପ୍ରତି ଆକ୍ରମଣ କରିବା ଭାଷଣକୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ସାରା ଦେଶ ଏବେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଦାବି କରି ଚାଲିଥିବା ବେଳେ ପାକିସ୍ତାନ କଳାକାରଙ୍କୁ ମଧ୍ୟ ଭାରତରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଇଛି । ଏ ମଧ୍ୟରେ ଅଭିନେତା ଅଲ୍ଲୀ ଜଫର କରିଥିବା ଟୁଇଟ୍‌କୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ମଙ୍ଗଳବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ପୁଲଓ୍ଵାମା ଆକ୍ରମଣରେ ପାକିସ୍ତାନର ହାତ ନଥିବା କହିଥିଲେ । ବିନା କାରଣରେ ଭାରତ ପାକିସ୍ତାନକୁ ଏ ଘଟଣା ପାଇଁ ଦାୟୀ କରୁଛି । ଟିଭି ଏବଂ ରେଡିଓ ଜରିଆରେ ସେ ପାକିସ୍ତାନୀମାନଙ୍କୁ ସମ୍ବୋଧନ କରି “ବିନା କୌଣସି ପ୍ରମାଣରେ ଭାରତ ଏହି ଘଟଣା ପାଇଁ ପାକିସ୍ତାନକୁ ଦାୟୀ କରୁଛି । ଯାହା ଅତ୍ୟନ୍ତ ନୀନ୍ଦନୀୟ । ଯଦି ଭାରତ ଏହି ଘଟଣାକୁ ନେଇ ପାକସ୍ତାନ ଉପରେ ଆକ୍ରମଣ କରେ, ତେବେ ଆମେ ଚୁପ୍‌ ବସିବୁ ନାହିଁ । ଆମେ ମଧ୍ୟ ପ୍ରତି ଆକ୍ରମଣ କରିବୁ” ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଥିଲେ । ଏହି ଭାଷଣ ପ୍ରସାର ହେବା ପରେ ଅଭିନେତା ଅଲ୍ଲୀ ଜଫର ଏହାକୁ ପ୍ରଶଂସା କରି ହ୍ଵାଟ୍‌ ଏ ସ୍ପିଚ୍‌ ଲେଖି ଟୁଇଟ୍‌ କରିଛନ୍ତି ।

ତାଙ୍କର ଏଭଳି ଟୁଇଟ୍‌ ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କିଛି ଲୋକ, “ଏବେ ଭାରତ ଆସ୍‌ରେ ପୁଅ, ତୋର ବ୍ୟାଣ୍ଡ ବଜେଇ ଦେବୁ” ବୋଲି ଲେଖିଥିବା ବେଳେ କିଛି ଲୋକ “ଏବେ ବଲିଉଡ୍‌ରେ ଅଭିନୟ କରିବା ପାଇଁ ଭିକ ମାଗିବୁ ନାହିଁ” ବୋଲି ଲେଖିଛନ୍ତି ।

ସମ୍ବନ୍ଧିତ ଖବର