୮ବର୍ଷର ବିବାହକୁ ଭାଙ୍ଗିବାକୁ ଯାଉଛନ୍ତି ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ି

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା ଅଭିନେତା ଇମ୍ରାନ ଖାନ୍‌ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିବାହର ୮ବର୍ଷ ପରେ ସେ ନିଜ ବିବାହକୁ ଭାଙ୍ଗିବାକୁ ଯାଉଥିବା ଜଣାପଡ଼ିଛି । ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିମାନଙ୍କ ମଧ୍ୟରୁ ଇମ୍ରାନ ଏବଂ ତାଙ୍କ ପତ୍ନୀ ଅବନ୍ତିକାଙ୍କ ଯୋଡ଼ି ସାମିଲ ଥିବା ବେଳେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହଠାତ୍‌ କେଉଁ କାରଣ ପାଇଁ ଦୁହେଁ ଅଲଗା ହେଉଛନ୍ତି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଦୁହିଁଙ୍କ ଅଲଗା ହେବା ଖବର ଅବନ୍ତିକାଙ୍କ ମା’ ସମସ୍ତଙ୍କୁ ଜଣାଇଛନ୍ତି । ତେବେ ଦୁହିଁଙ୍କ ମଧ୍ୟରେ ମତଭେଦ ହେବାରୁ ଅବନ୍ତିକା ଇମ୍ରାନଙ୍କ ଘର ଛାଡ଼ି ନିଜ ବାପ ଘରକୁ ଚାଲି ଯାଇଥିବା ଚର୍ଚ୍ଚା ହେଉଛି । ଏବେ ଅବନ୍ତିକା ନିଜ ଝିଅ ଇମାରାଙ୍କ ସହ ନିଜ ବାପ ଘରେ ରହୁଥିବା ଜଣାପଡ଼ିଛି ।

Hindi Rush

ସୂଚନା ମୁତାବକ, ଖୁବ ଛୋଟ ବେଳୁ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିବା ବେଳେ ୨୦୧୧ରେ ଦୁହେଁ ବିବାହ କରିିଥିଲେ । କିନ୍ତୁ ୮ବର୍ଷର ସଂପର୍କ ପରେ ଏବେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇ ସାରିଛନ୍ତି ।

ସମ୍ବନ୍ଧିତ ଖବର