ଭାଇରାଲ୍‌ ହେଲା ଇନ୍ଦର କୁମାରଙ୍କ ମୃତ୍ୟୁ ପୂର୍ବର ଲୁହପୂର୍ଣ୍ଣ ଭିଡିଓ, ନିଜ ଅବସ୍ଥା ପାଇଁ ନିଜକୁ ଦୋଷ ଦେଇ କରିଥିଲେ ଭିଡିଓ ସୁଟ୍‌

ନୂଆଦିଲ୍ଳୀ: ‘କିୟୁଁ୍ୟକି ଶାଶ ଭି କଭି ବହୂ ଥି’ ଜରିଆରେ ୨୦୦୨ ମସିହାରେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଇନ୍ଦର କୁମାରଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ଇନ୍ଦରଙ୍କ ଶେଷ ଭିଡିଓ ବୋଲି କୁହାଯାଉଛି। ସେ ଆତ୍ମହଅତ୍ୟା କରିଥିଲେ ବୋଲି ସନ୍ଦେହ କରାଯାଉଛି। ଭିଡିଓଟିରେ ଇନ୍ଦର କାଫି ବିବ୍ରତ ଥିବା ନଜର ଆସୁଛନ୍ତି। ଲୁହ ଭରା ଆଖିରେ ସେ କହୁଛନ୍ତି ଯେ ନିଜ ଭୁଲ୍‌ କାରଣରୁ ସେ ଆଜି ଏହି ଅବସ୍ଥାରେ ପହଞ୍ଚିଛନ୍ତି। ସେହି ଭିଡିଓରେ କହୁଛନ୍ତି ଯେ ମୁଁ ଅତ୍ମହତ୍ୟା କରିବାକୁ ଯାଉଛି, ବହୁତ ଦୂରକୁ ଚାଲିଯାଉଛି। ଏହି ଭିଡିଓଟିକୁ କେହି କେହି ତାଙ୍କର ଏକ ଚଳଚ୍ଚିତ୍ରର ଦୃଶ୍ୟ ବୋଲି କହୁଛନ୍ତି, ଯାହାକୁ କି ସେ ମୃତ୍ୟୁର କିଛି ଦିନ ପୂର୍ବରୁ ସୁଟିଂ କରିଥିଲେ। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ସେ ଆଲ୍‌କହଲ୍‌ ନେଇ ନେଇ ଏକଦମ ନିଶାଗ୍ରସ୍ତ ଅବସ୍ଥାରେ ଅଛନ୍ତି।

ଅଭିନେତା ତଥା ପ୍ରଯୋଜକ ଇନ୍ଦର କୁମାରଙ୍କର ୨୦୧୭ ମସିହାରେ ଜୁଲାଇ ୨୮ ତାରିଖରେ ପରେଲୋକ ହୋଇଥିଲା। ଇନ୍ଦରଙ୍କ ମୃତ୍ୟୁ ହୃଦ୍‌ଘାତ ହେତୁ ହୋଇଛି ବୋଲି କେହି କେହି କହିଥିବା ବେଳେ କେହି କେହି ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛନ୍ତି। ସେ ୧୯୯୬ ମସିହାରେ ‘ମାସୁମ୍‌’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ପାଦ ରଖିଥିଲେ ଇନ୍ଦର। ସେ ସଲମାନ ଖାନଙ୍କ ଅନ୍ତରଙ୍ଗ ବନ୍ଧୁଥିଲେ ବୋଲି କୁହାଯାଉଥିଲା। ଇନ୍ଦର ‘ମାସୁମ’ ପରେ ପରେ ‘ଗଜଗାମିନୀ’, ‘ଘୁଟନ’, ମାଆ ତୁଝେ ସଲାମ’, ‘କହିଁ ପ୍ୟାର୍‌ ନ ହୋ ଯାଏ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର