ଏହି ଦିନ ମଜୁରିଆଙ୍କ ଗୀତ ଶୁଣି ଫିଦା ହେଲେ ବଲିଉଡ୍‌ ସଂଗୀତକାର ଶଙ୍କର ମହାଦେବନ୍‌, ଭିଡ଼ିଓ ସେୟାର କରି କାମ କରିବାର ଅଫର ଦେଲେ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆର ବ୍ୟବହାର ଅଧିକ ହେଉଥିବା ବେଳେ ଏହାର ସାହାଯ୍ୟ ନେଇ ଆଜିକାଲି କିଏ କେତେବେଳେ ପ୍ରସିଦ୍ଧ ହେଉଛି ତାହା ଜଣା ପଡ଼ୁନାହିଁ । ପୂର୍ବରୁ ଡ଼୍ୟାନ୍‌ସିଙ୍ଗ ଅଙ୍କଲଙ୍କ ଭିଡ଼ିଓ ସୋସିଆଲ ମିିଡ଼ିଆରେ ଖୁବ୍‌ ଭାଇରାଲ ହୋଇଥିଲା । ନିଜ ନାଚର ଯାଦୁରେ ସେ ସମସ୍ତଙ୍କ ମନ ଜିଣିଥିଲେ । ଏବେ ପୁଣି ଜଣେ ଯୁବକ ନିଜ ସଂଙ୍ଗୀତ ପାଇଁ ସୋସିଆଲ ମିଡ଼ିଆରେ ଛାଇବା ଆରମ୍ଭ କରିଛନ୍ତି । ତାଙ୍କର ଏହି ଭିଡ଼ିଓକୁ ଆଉ କେହି ନୁହେଁ ବରଂ ବଲିଉଡ୍‌ର ପ୍ରସିଦ୍ଧ ଏବଂ ଲୋକପ୍ରିୟ ସଙ୍ଗୀତକାର ଶଙ୍କର ମହାଦେବନ୍‌ ନିଜେ ସେୟାର କରି ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏହା ସହ ଭିଡ଼ିଓରେ ଗୀତ ଗାଉଥିବା ଯୁବକଙ୍କ ପାଖକୁ ସେ କେମିତି ପହଞ୍ଚିବେ ସେ ନେଇ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ସମସ୍ତଙ୍କୁ କହିଥିଲେ ।

ଏହି ଭିଡ଼ିଓରେ ନଜର ଆସୁଥିବା ଯୁବକ ଜଣଙ୍କ ରାକେଶ ନୁରାନଡ଼ୁ ବୋଲି ଜଣା ପଡ଼ିଥିବା ବେଳେ ସେ ଜଣେ ଦିନ ମଜୁରିଆ ବୋଲି ଜଣା ପଡ଼ିଛି । ଭିଡ଼ିଓ ସେୟାର କରି ସଙ୍ଗୀତକାର ଶଙ୍କର ମହାଦେବନ୍‌ ରାକେଶଙ୍କୁ ଖୋଜିବା ପାଇଁ ଅନୁରୋଧ କରିବା ପରେ ଏତେ ତାଙ୍କର ଏହି ଚେଷ୍ଟା ସଫଳ ହୋଇଛି । ସଙ୍ଗୀତକାର ଶଙ୍କର ମହାଦେବନ ତାଙ୍କୁ ଦେଖା କରିବା ସହ ତାଙ୍କ ସହ ଖୁବ୍‌ ଶୀଘ୍ର କାମ କରିବେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଭିଡ଼ିଓରେ ରାକେଶ ସଙ୍ଗୀତକାର ଶଙ୍କର ମହାଦେବନ ଫିଲ୍ମ ବିଶ୍ୱରୁପମ୍‌ ପାଇଁ ଗାଇଥିବା ଗୀତ ଉନ୍ନାଇ କାନାଧୁ ନାନକୁ ଗାଇଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡ଼ିଓ ଦେଖିବା ପରେ ଖାଲି ସଙ୍ଗୀତକାର ଶଙ୍କର ମହାଦେବନଙ୍କର ନୁହେଁ ବରଂ ଅନ୍ୟ ସଙ୍ଗୀତକାରଙ୍କର ମଧ୍ୟ ଗୀତ ଗାଇବାର ଅଫର ଆସିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର