କାମ ଆଗ, ରୋଗ ପଛେ; ଆଗାମୀ ସିନେମାରେ ନଜର ଆସିବେ କର୍କଟ ଚିକିତ୍ସିତ ଇର୍ଫାନ ଖାନ୍ନ

ମୁମ୍ବାଇ: କର୍କଟ ରୋଗରେ ପୀଡ଼ିତ ଇର୍ଫାନ ଖାନ ବର୍ତ୍ତମାନ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ଇର୍ଫାନଙ୍କ ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ପାଇଁ ଆମେ ନେଇ ଆସିଛୁ ଖୁସି ଖବର। ଖବରଟି ହେଉଛି ଖୁବ୍‌ ଶୀଘ୍ର ଇର୍ଫାନ ଏକ ବାୟୋପିକ୍‌ରେ ଅଭିନୟ କରିବା ନେଇ ସୂଚନା ହସ୍ତଗତ ହୋଇଛି। ସୁଜିତ୍‌ ସରକାରଙ୍କ ଚଳଚ୍ଚିତ୍ରରେ ଇର୍ଫାନ ଏକ ପ୍ରମୁଖ ଭୂମିକା ନିଭାଇବେ ବୋଲି ସ୍ଥିର ହୋଇ ଯାଇଥିଲା। ମାତ୍ର ସେ ଅଚାନକ ରୋଗରେ ପଡ଼ିବା ପରେ ଚଳଚ୍ଚିତ୍ରର କାର୍ଯ୍ୟ ବନ୍ଦ ରହିଥିଲା।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିନେତା ଜଣକ ଏବେ ବି ଚିକତ୍ସାରେ ଅଛନ୍ତି। ତାଙ୍କୁ କେମୋଥେରାପି ଦିଆଯାଉଛି। ଡାକ୍ତରୀ ଚିକିତ୍ସା ତାଙ୍କ ଶରୀରରେ ଉତ୍ତମ ପ୍ରଭାବ ପକାଉଛି। ତେଣୁ ସେ ଉଦମ ସିଂହଙ୍କ ସହ ଉକ୍ତ ଚଳଚ୍ଚିତ୍ରରେ ନଜର ଆସିବେ ବୋଲି ଆଶା କରାଯାଉଛି। ଇର୍ଫାନ ପ୍ରଥମେ ସୁଜିତ୍‌ଙ୍କ ଚଳଚ୍ଚିତ୍ର ପାଇଁ ସୁଟିଂ କରିବେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଅନ୍ୟ ପ୍ରକଳ୍ପ ବିଷୟରେ ଚିନ୍ତା କରିବେ।

ଉଲ୍ଲେଖଯୋଗ୍ୟ, ନିକଟରେ ଇର୍ଫାନଙ୍କ ସ୍ୱାସ୍ଥ୍ୟକୁ ନେଇ ନିକଟରେ ଦୀପିକା ପାଦୁକୋନ ଦେଇଥିବା ମନ୍ତବ୍ୟ ଖୁବ୍‌ ଚର୍ଚ୍ଚା ହୋଇଛି। ସେ କହିଛନ୍ତି କି ‘ମୁଁ କହୁନାହିଁ ଯେ ଏହା ଆଶା କରାଯାଉଥିଲା; ମାତ୍ର ଏହା ଏକ ଆଶ୍ଚର୍ଯ୍ୟଜନକ ଖବର ବି ନୁହେଁ।’

ସମ୍ବନ୍ଧିତ ଖବର