ଅଡ଼ୁଆରେ ଇର୍‌ଫାନ୍‌ଙ୍କ ‘ବ୍ଲାକ୍‌ମେଲ’: ଅପମାନଜନକ ଡାଏଲଗ୍‌କୁ ହଟାଇବାକୁ ଦାବି

ମୁମ୍ବାଇ : କିଛି ଦିନ ତଳେ ରିଲିଜ ହୋଇଥିଲା ବଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ମେଲ୍‌’ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ଇର୍‌ଫାନ ଖାନ୍‌, କୀର୍ତ୍ତି କୁଲ୍ହାରୀ, ଦିବ୍ୟା ଦତ୍ତା,ଅରୁଣୋଦୟ ସିଂ ଏବଂ ଓମି ବୈଦ୍ୟ । ଫିଲ୍ମଟି ବକ୍ସ ଅଫିସରେ ଭଲ ସଫଳତା ମଧ୍ୟ ଲାଭ କରିଥିଲା । କିନ୍ତୁ ଏବେ ଫିଲ୍ମରେ ଥିବା ଡ଼ାଏଲଗ୍‌କୁ ନେଇ ବିବାଦ ଆରମ୍ଭ ହୋଇଥିବା ଜଣାପଡ଼ିଛି । ୬ ଏପ୍ରିଲ ୨୦୧୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଝାଡ଼ଖଣ୍ଡର ଝିଅମାନଙ୍କୁ ନେଇ ଗୋଟେ ଡ଼ାଏଲଗ୍‌ ଥିବାରୁ ଏହାକୁ ହଟାଇବା ପାଇଁ ସେମାନେ ଆନ୍ଦୋଳନ କରିବା ଆରମ୍ଭ କରିଛନ୍ତି ।
ଫିଲ୍ମରେ ଥିବା ଏକ ଦୃଶ୍ୟରେ ଗୋଟେ ଡ଼ାଏଲଗ୍‌ ରହିଛି, ଯେଉଁଠି, ‘ତୁମ୍‌ ଲଡକିୟୋଁ ପର କ୍ୟା ଭରୋସା, ଝାଡଖଣ୍ଡ ମେଁ ତୋ ଲଡ଼୍‍କି କୁତ୍ତେ ସେ ଭି ସାଦି କର୍‌ତି ହୈ’ ବୋଲି କୁହାଯାଇଛି । ଫିଲ୍ମ ରିଲିଜ ହେବା ପରେ ଝାଡ଼ଖଣ୍ଡ ବାସିନ୍ଦା ଏହାକୁ ଦେଖି ଝାଡ଼ଖଣ୍ଡର ମହିଳାମାନଙ୍କ ପାଇଁ ଏହା ଅପମାନଜନକ ବୋଲି କହିଛନ୍ତି । ଏହା ସହ ଫିଲ୍ମରୁ ଏହି ଡ଼ାଏଲଗ୍‌କୁ ହଟାଇବା ପାଇଁ ଦାବି କରିଛନ୍ତି ।

Inside News

ସୂଚନା ମୂତାବକ,ଝାଡ଼ଖଣ୍ଡର ଏକ ସମୁଦାୟର ଝିଅମାନଙ୍କୁ କୁକୁର ସହ ବିବାହ କରିବାର ପ୍ରଥା ରହିଛି । କିନ୍ତୁ ମହିଳାମାନେ ସତରେ ସେମାନଙ୍କୁ ବିବାହ କରନ୍ତି ନାହିଁ । ଯେଉଁମାନଙ୍କର କିଛି ଭାଗ୍ୟ ଦୋଷ ରହିଥାଏ, ସେମାନେ ପ୍ରଥାନୁସାରେ ହିଁ କୁକୁରକୁ ବିବାହ କରିଥାନ୍ତି।

ସମ୍ବନ୍ଧିତ ଖବର