ଭାବବିହ୍ଵଳ ହେଲେ ଇର୍‌ଫାନ୍‌ : କହିଲେ ଅଳ୍ପ କିଛି ଦିନ ଭିତରେ ମୁଁ ମରିଯିବି !

ମୁମ୍ବାଇ : ବଲିଉଡ୍‌ର ସୁପରଷ୍ଟାର ଇର୍‌ଫାନ ଖାନ୍‌ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବୟାନ ରଖିଛନ୍ତି । ଇର୍‌ଫାନ୍‌ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ରୋଗରେ ପୀଡ଼ିତ ଥିବା ବେଳେ ଲଣ୍ଡନରେ ତାଙ୍କର ଚିକିତ୍ସା ଚାଲୁ ରହିଛି । ଏହି ଖବର ପ୍ରଥମେ ପ୍ରସାର ହେବା ପରେ ତାଙ୍କର ସାଥୀ କଳାକାର ଏବଂ ପ୍ରଶଂସକମାନେ ସେ ସୁସ୍ଥ ହୋଇ ଫେରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ତେବେ ନିଜର ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିଛି ଦିନର ବ୍ୟବଧାନ ପରେ ସମସ୍ତଙ୍କୁ ଜଣାଇଛନ୍ତି ଇର୍‌ଫାନ ।

Times of India

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୋତେ ଯେଉଁ ରୋଗ ହୋଇଛି ସେ ରୋଗ ପାଇଁ ୬ଟି କେମୋଥେରାପି କରାଯିବ । ଏ ପର୍ଯ୍ୟନ୍ତ ୪ଟି ହୋଇ ସାରିଛି । ଚତୁର୍ଥ କେମୋ ଥେରାପି ପରେ ମୋ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଭଳି ଲାଗୁଛି । ୬ଟି କେମୋ ଥେରାପି ସରିବା ପରେ ପୁଣି ଥରେ କର୍କଟର ଅବସ୍ଥା ନିରୂପଣ କରାଯିବ । ତା’ ପରେ ମୋ ଜୀବନ ମୋତେ କେଉଁ ଆଡ଼କୁ ନେବ ଜଣା ପଡ଼ିଯିବ । କିଏ କେତେବେଳେ ଚାଲିଯିବ ତାହା କେହି କହି ପାରିବେ ନାହିଁ । ବେଳେ ବେଳେ ଭାବେ କି ଗୋଟେ ବୋର୍ଡ଼ ନେଇ ସେଥିରେ ମୋତେ ଏହି ରୋଗ ହୋଇଛି ଏବଂ ମୁଁ କିଛି ଦିନ ମଧ୍ୟରେ ମରିବାକୁ ଯାଉଛି ବୋଲି ଲେଖଦେବି । ସବୁ ବେଳେ ଏ ଜିନିଷ ମୋ ମୁଣ୍ଡକୁ ଆସୁଛି କି ମୋତେ ଏହି ରୋଗ ହୋଇଛି ଏବଂ ମୁଁ ମାସେ ବା ବର୍ଷେ ଭିତରେ ନିଶ୍ଚୟ ମରିଯିବି । ମୁଁ ଜାଣି ନାହିଁ ଆଗକୁ ମୋ ସହ କ’ଣ ଘଟିବ।’ ଇର୍‌ଫାନ୍‌ଙ୍କ ଏହି ମନ୍ତବ୍ୟ ତାଙ୍କ ପ୍ରଶସଂକଙ୍କୁ ଦୁଃଖିତ କରିଛି ।

ସମ୍ବନ୍ଧିତ ଖବର