ଚିକିତ୍ସାଲାଗି ବିଦେଶ ଯିବେ ଇରଫାନ ଖାନ୍‌

ମୁମ୍ବାଇ : ବଲିଉଡ ଏବଂ ହଲିଉଡର ଜଣାଶୁଣା ଅଭିନେତା ଇରଫାନ୍‌ ଖାନ୍‌ଙ୍କ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି ଟି ସିରିଜର ମାଲିକ ତଥା ପ୍ରଯୋଜକ ଭୂଷଣ କୁମାର। ସେ କହିଛନ୍ତି ଯେ ଇରଫାନ୍‌ ଖାନ୍‌ ନିଜର ଚିକିତ୍ସାଲାଗି ବିଦେଶକୁ ଯିବେ। ଭୂଷଣ ହସ୍ପିଟାଲରେ ତାଙ୍କୁ ଭେଟିବାପରେ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇରଫାନ୍‌ ଖାନ ସୁସ୍ଥ ହେବାଲାଗି ସମସ୍ତଙ୍କର ପ୍ରାର୍ଥନା ନିଶ୍ଚିତ କାମରେ ଆସିବ। ଭୂଷଣ ଆଶାବାଦୀ ଯେ ଇରଫାନ୍‌ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଫେରିବେ ପୁଣି ଅଭିନୟ ଜଗତରେ ସକ୍ରିୟ ହେବେ।

ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନ ହେବ ଅଭିନେତା ଇରଫାନ ଖାନ୍‌ଙ୍କୁ ଏକ ଅଜଣା ରୋଗ ହୋଇଥିବା ନେଇ ଚର୍ଚ୍ଚା ଜାରି ରହିଛି। ହେଲେ ସେହି ରୋଗ କ’ଣ ଏବଂ ଇରଫାନ୍‌ ଏବେ କିଭଳି ଅଛନ୍ତି ଏ ସଂପର୍କରେ ତାଙ୍କ ପରିବାର ପକ୍ଷରୁ କିଛି ସୂଚନା ମିଳୁ ନାହିଁ ।ଏ ସଂପର୍କରେ ଇରଫାନ୍‌ଙ୍କ ପତ୍ନୀ ସୁତପା ନିଜର ଫେସବୁକରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କ ସ୍ମାମୀ ଜଣେ ଯୋଦ୍ଧା। ଏଣୁ ତାଙ୍କ ପାଇଁ କେବଳ ପ୍ରାର୍ଥନା କରନ୍ତୁ। ସେ ଅନେକ ଫୋନ୍‌ କଲ୍‌ ଏବଂ ମେସେଜର ଉତ୍ତର ଦେଇ ପାରି ନଥିବା ହେତୁ ଦୁଃଖିତ ବୋଲି ବି କହିଛନ୍ତି।

photo-deccanchronicle

ଗତ ସୋମବାର ଦିନ ଇରଫାନ୍‌ ତାଙ୍କ ଟୁଇଟରରେ ଲେଖିଥିଲେ, ମୁଁ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ଅଛି । ବେଳେବେଳେ ଆପଣ ସଚେତନ ଥିବେ କିନ୍ତୁ ଆପଣଙ୍କ ଦୁନିଆ ଓଲଟ-ପାଲଟ ହୋଇଯାଏ । ବିଗତ ୧୫ ଦିନ ହେବ ମୋ ଜୀବନ ଏକ ଅନିଶ୍ଚିତ କାହାଣୀ ପାଲିଟିଛି । ମୁଁ କେବେ ମଧ୍ୟ ଭାବି ନ ଥିଲି ଦୁର୍ଲଭ କାହାଣୀ ଖୋଜୁ ଖୋଜୁ ମତେ ଦୁର୍ଲଭ ରୋଗ ହୋଇଯିବ । ତେବେ ମୁଁ କେବେ ମଧ୍ୟ ହାର ମାନିନି ଏବଂ ନିଜ ପାଇଁ ଲଢ଼େଇ କରିଛି ଏବଂ କରୁଥିବି । ମତେ କ’ଣ ହୋଇଛି ଏହା ବିଷୟରେ ମୁଁ ମଧ୍ୟ ଜାଣି ନାହିଁ । ମୋ ରିସର୍ଚ୍ଚରୁ ମତେ ଲାଗୁଛି ଯେ କୌଣସି ଗମ୍ଭୀର ରୋଗ ହୋଇଛି । ମୁଁ ହାର ମାନିନି । ମୋ ପରିବାର ଏବଂ ସାଙ୍ଗସାଥୀ ମୋ ସହିତ ଅଛନ୍ତି । ଆପଣ ମାନେ ଚିନ୍ତା କରିବା ଦରକାର ନାହିଁ । ୧୦ ଦିନ ପରେ ଯେବେ ଯାଞ୍ଚ ପୁରା ହୋଇଯିବ ମୁଁ ନିଜେ ଆପଣ ମାନଙ୍କୁ ଏହା ବିଷୟରେ ଜଣାଇବି ।’

ସମ୍ବନ୍ଧିତ ଖବର