ଏକା ସାଙ୍ଗରେ ରହି ମଧ୍ୟ ଖୁସି ନାହାନ୍ତି ରଣବୀର-ଆଲିଆ! ବ୍ରହ୍ମାସ୍ତ୍ର ସେଟ୍‌ରୁ ଲିକ୍‌ ହେଲା ଫଟୋ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଛି । ଦୁହେଁ ପ୍ରେମ ସଂପର୍କରେ ଥିବା ବେଳେ ଆଲିଆଙ୍କୁ ରଣବୀରଙ୍କ ସହ ଏବଂ ତାଙ୍କ ପରିବାର ଲୋକଙ୍କ ସହ ସମୟ କଟାଉଥିବାର ଦେଖା ଯାଇ ସାରିଛି । ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଦୁହିଁଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ରର ସେଟ୍‌ରୁ କିଛି ଫଟୋ ଲିକ୍‌ ହୋଇଛି ।

Topindinews.com

ଯାହାକୁ ଦେଖିବା ପରେ ଦୁହେଁ ପରସ୍ପରର ସାଥ୍‌ ପାଇ ଖୁସି ନଥିବା ସ୍ପଷ୍ଟ ଜଣା ପଡ଼ୁଛି । ରଣବୀର ନିଜ ଫୋନରେ ବ୍ୟସ୍ତ ଥିବା ବେଳେ ଆଲିଆ ଏକା ବସିଥିବା ଦେଖାଯାଇଛି । ଆଲିଆଙ୍କ ମୁହଁର ପ୍ରତିକ୍ରିୟାରୁ ସେ ଖୁସି ନଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତେବେ ଏହାର ପଛର ପ୍ରକୃତ କାରଣ କ’ଣ ସେ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । କିନ୍ତୁ ଫଟୋ ଭାଇରାଲ ହେବା ପରେ ଲୋକମାନେ ଦୁହେଁ ପରସ୍ପର ସହ ଖୁସି ନ ଥିବା କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର